ପ୍ରଥମ ଏସିଆନ୍ ଓପେନ୍ କରାଟେ ଚାମ୍ପିୟନସିପ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ଆଣିବାରେ ଗୈାରବ ଅର୍ଜନ କରିଛନ୍ତି ରାୟଗଡାର ଦିବ୍ୟାଙ୍ଗ ରମେଶ କୁମାର

● ସମ୍ବର୍ଦ୍ଧନା ପର୍ଯ୍ୟନ୍ତ ଜଣାଇଲେ ନାହିଁ ସ୍ଥାନୀୟ ଜିଲ୍ଳା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତକୁ ବ୍ରୋଞ୍ଜ ପଦକ ଆଣିବାରେ ଗୈାରବ ଅର୍ଜନ କରିଛନ୍ତି ରାୟଗଡାର ଦିବ୍ୟାଙ୍ଗ ଏଲ. ରମେଶ କୁମାର । ନିଜି ସୋଟୋକାନ୍ ସ୍ପୋର୍ଟସ୍ କରାଟେ ଆସୋସିଏସନ ଅଫ୍ ଇଣ୍ଡିଆ, ନାଇଡୁସ୍ ସେଲଫ୍ ଡିଫେନ୍ସ ଏକାଡେମି ପକ୍ଷରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ ସ୍ଥିତ ସ୍ୱର୍ଣ୍ଣଭାରତୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଦେଶ ପାଇଁ ଗୈାରବ ଆଣିଛନ୍ତି ରମେଶ କୁମାର । ଚଳିତ ମାସ ଗତ ୧୦ରୁ ୧୩ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ସ୍ୱର୍ଣ୍ଣଭାରତୀ ଇନଡୋର ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଏସିଆନ୍ ଓପେ୍‌ନ କରାଟେ ଚମ୍ପିୟନସିପ-୨୦୨୨ରେ ଏସିଆ ମହାଦେଶର ଶ୍ରୀଲଙ୍କା, ମାଲେସିଆ, ଆଫଗାନିସ୍ଥାନ, ନେପାଳ, ଭାରତ ଭଳି ୬ଟି ଦେଶ ଅଂଶଗ୍ରହଣ କରିଥିଲେ । ଏଥିରେ ଭାରତ ପକ୍ଷରୁ ରାୟଗଡାର ଏଲ.ରମେଶ କୁମାର ପ୍ରତିଯୋଗି ଭାବେ ଭାଗ ନେଇ ୧୮ବର୍ଷରୁ ଉର୍ଦ୍ଧ ବ୍ଳାକ ଗ୍ରୁପରେ ନିଜ ପ୍ରତିଦ୍ୱନ୍ଦୀ ବାଙ୍ଗାଲଦେଶର ପ୍ରତିଯୋଗୀଙ୍କୁ ୩ରାଉଣ୍ଡ ଖେଳ ମଧ୍ୟରେ ୬ ପଏଂଟ ହାସଲ କରି ନିଜ ପ୍ରତିଦ୍ୱନ୍ଦୀକୁ ପରାସ୍ତ କରି ଦେଶ ପାଇଁ ବ୍ରୋଞ୍ଜ ପଦକ ଆଣି ପାରିଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଦେଶ ପାଇଁ ଆନ୍ତରାଷ୍ଟ୍ରୀୟ ସ୍ତରରେ ରାୟଗଡା ଭଳି ଏକ ଉପାନ୍ତ ଜିଲ୍ଳାରୁ ଗୈାରବ ଆଣି ପାରୁଥିବା ବେଳେ ତାଙ୍କୁ ସ୍ଥାନୀୟ ପ୍ରଶାସନ ତଥା ଜିଲ୍ଳା କ୍ରୀଡା ବିଭାଗ ପକ୍ଷରୁ କୈାଣସି ପ୍ରକାର ସମ୍ବର୍ଦ୍ଧନାଟିଏ ଜଣାଯାଇ ନ ଥିବାରୁ ସେ ଆଜି ବିଶାଖାପାଟଣମରୁ ରାୟଗଡାକୁ ଫେରି ନିଜ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସହ ଅନ୍ୟ ସଂଗଠନଗୁଡିକୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମସ୍ତଙ୍କ ସହଯୋଗ ଓ ସମର୍ଥନ ରହିଲେ ସେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ଅନ୍ୟ ଆନ୍ତଜାର୍ତୀୟ ପ୍ରତିଯୋଗିତାରେ ଭାଗ ଦେଇ ଜିଲ୍ଳା, ରାଜ୍ୟ ତଥା ଦେଶ ପାଇଁ ଗୈାରବ ଆଣିବି ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.