ପଢନା ଲିଖନା ଅଭିଯାନରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠି ଶିକ୍ଷା କେନ୍ଦ୍ର ଠାରେ ନର୍ଲା ବ୍ଲକ୍ ଅଞ୍ଚଳର ୨୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ୮୦ ଜଣ ମହିଳାଙ୍କୁ ନେଇ ଚାଲିଛି ପଢନା ଲିଖନା ସଚେତନତା କାର୍ଯ୍ୟକ୍ରମ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଗ୍ରାମ ମାନଙ୍କରେ ରହିଥିବା ପୌଢ ଓ ଅପାଠୁଆ ବ୍ୟକ୍ତି ମାନଙ୍କୁ ସଚେତନ କରି ସେମାନଙ୍କୁ ଶିକ୍ଷାଦାନ ଦେଇ ସାକ୍ଷର କରିବା ହେଉଛି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ବିଇଓ ଅଫିସର କନଫରେନ୍ସ ହଲରେ ଚାଲିଥିବା ଏହି କାର୍ଯ୍ୟକ୍ରମ ନର୍ଲା ବ୍ଲକ୍ ସଂଯୋଜକ ବିକ୍ରମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବେଳେ ମୁଖ୍ୟ ଅତିଥି ଭାବରେ ଏବିଇଓ ସୂର୍ଯ୍ୟଦେବ ବାଗ ଓ ସମ୍ମାନୀତ ଅତିଥି ଭାବରେ ଅନ୍ୟତମ ଏବିଇଓ ଜୟସେନ ନିଆଲ ଉପସ୍ଥିତ ରହି ତାଲିମ ନେଉଥିବା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ଗ୍ରାମରେ ରହିଥିବା ଅପାଠୁଆ ପୌଢ ଓ ଯୁବକ ମାନଙ୍କୁ କିଭଳି ସଚେତନ କରାଇବେ ସେ ବିଷୟରେ ବିଷଦ୍ ଭାବରେ ବୁଝାଇଥିଲେ । କାର୍ଯ୍ୟକ୍ରମର ଅଧ୍ୟକ୍ଷ ବ୍ଲକ୍ ସଂଯୋଜକ ବିକ୍ରମ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୧୫ ବର୍ଷ ଆଗରୁ ପୌଢ ଶିକ୍ଷା କାର୍ଯ୍ୟକ୍ରମ ଓ ୨୦୦୯ ରୁ ୨୦୧୭ ଯାଏଁ ସାକ୍ଷର ଭାରତ କାର୍ଯ୍ୟକ୍ରମ ମାନ ଚାଲି ଆସୁଥିଲା । ଏଥିରେ ଅପାଠୁଆ, ଅଣ ସାକ୍ଷର ମାନେ ୪୦ ପ୍ରତିଶତ ସାକ୍ଷର ହୋଇ ସାରିଥିବା କୁହାଯାଉଥିବା ବେଳେ ଏବେ ନର୍ଲା ବ୍ଲକ୍ ଅଞ୍ଚଳରେ ରହିଥିବା ୫୬୧୨ ଜଣ ଅଣ ସାକ୍ଷରଙ୍କୁ ୨୦୨୨ ରୁ ୨୦୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ସାକ୍ଷର କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏଥିପାଇଁ ନର୍ଲା ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୁଡିକରେ ୫୬୧ ଜଣ ସ୍ୱେଚ୍ଛାସେବୀ ଶିକ୍ଷକ (ଭିଟି)ଙ୍କୁ ମଧ୍ୟ ନିଯୁକ୍ତି କରାଯାଇଥିବା ବ୍ଲକ୍ ସଂଯୋଜକ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳର ୧୦ ଜଣ ଅଣସ୍ବାକ୍ଷର ଓ ଅପାଠୁଆଙ୍କୁ ଜଣେ ଲେଖାଏଁ ଭିଟି ଶିକ୍ଷାଦାନ କରିବେ ବୋଲି ସୂଚନା ମିଳିଛି । ତାଲିମ ନେଉଥିବା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ନିଜ ନିଜ ଗାଁରେ ଜନ ସଚେତନତା ସୃଷ୍ଟି କରି ଅଣ ସ୍ୱାକ୍ଷର ମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବେ ବୋଲି ଜଣାପଡିଛି । କାର୍ଯ୍ୟକ୍ରମ ଶେଷରେ ବ୍ଲକ୍ ସଂଯୋଜକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.