ASI ସ୍ୱାଗତିକା ମୃତ୍ୟୁ ମାମଲା: DSP ପାହ୍ୟାର ଅଧିକାରୀଙ୍କ ଉପରେ ତଦନ୍ତ ଭାର, IIC ଙ୍କ ବଦଳି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଜି.ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସ୍ୱାଗତିକାଙ୍କ ପରିବାର ପକ୍ଷରୁ କରାଯାଇଥିବା ସବୁ ଅଭିଯୋଗର ତଦନ୍ତ ଜଣେ ଡିଏସପି ପାହ୍ୟାର ଅଧିକାରୀ କରିବେ। ଏନେଇ କନ୍ଧମାଳ ଏସ୍‌ପି ଭିନିତ୍ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପରିବାରର ଅଭିଯୋଗ ପରେ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗର ତଦନ୍ତ ସରିବା ପର୍ଯ୍ୟନ୍ତ ଜି.ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ବଦଳି କରାଯିବ। ରେବତୀ ଶବରଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯିବ। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଥାଇକି, ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା। ଯାହାପରେ ତାଙ୍କ ପରିବାର ଲୋକେ ଏହି ମୃତ୍ୟୁ ପଛରେ ଆଇଆଇସି ରେବତୀ ଶବର ପକାଉଥିବା ଚାପ ଓ ହାରାସ୍‌ମେଣ୍ଟ ବୋଲି ଅଭିଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ସ୍ୱାଗତିକା ୨୦୧୯ରୁ ଜି. ଉଦୟଗିରି ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ସେ ଏଠାରେ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ମାନସିକ ନିର୍ଯାତନା ପାଉଥିଲେ। ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସେ ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ। ସେପଟେ ଏତଲା ଉପରେ ପଦକ୍ଷେପ ନିଆଯାଉ ନ ଥିବା ପ୍ରତିବାଦରେ ରବିବାର ଜି. ଉଦୟଗିରି ଥାନା ଆଗରେ ପରିବାର ଲୋକେ ଧାରଣା ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.