ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଜମିକୁ ପାଣି ମିଳୁନଥିବା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷୀମାନଙ୍କ ଜମିରେ ଜଳ ସେଚନ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି ।‌‌ ତୁର୍ଲା, ଚିଆଁପଦର, କର୍ଲାଖୁଣ୍ଟା, ବ୍ରାହ୍ମଣୀ ଓ କାଣ୍ଡେଲ ଗ୍ରାମର ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ଜଳ ସମ୍ପଦ ବିଭାଗ ଅଧିନରେ ରହିଛି ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ଚାଷୀ ମାନଙ୍କ ଜମିକୁ ଜଳସେଚନ ସୁବିଧା ଦେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ କେନାଲ ନିର୍ମାଣ ହୋଇଛି । ହେଲେ ପ୍ରକଳ୍ପ ରୁ ଜଳ ସେଚନ ସୁବିଧା ଯୋଗାଇ ଦେବାର ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ସମସ୍ତ ଅଞ୍ଚଳକୁ କେନାଲ ପାଣି ପହଞ୍ଚି ପାରୁନାହିଁ । ବିଭାଗୀୟ କର୍ମଚାରୀ ଙ୍କୁ ଏବିଷୟରେ ଚାଷୀ ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ମଧ୍ୟ କୋୖଣସି ସୁଫଳ ମିଳୁ ନାହିଁ । ଯାହା ଫଳରେ ଚାଷୀ ଜଳ ସେଚନ ସୁବିଧା ରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଖରିଫ୍ ଋତୁରେ ୯୭୨ ହେକ୍ଟର ଓ ରବି ଋତୁରେ ୨୦୦ହେକ୍ଟର ଜମିକୁ ଜଳସେଚନ ସୁବିଧା ଦେବାର ବ୍ୟବସ୍ଥା ରହିଛି । ତେବେ ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଅନେକ ଚାଷୀ ତାହାର ସୁବିଧା ପାରୁନଥିବାରୁ ସେମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଯାହାକି ବର୍ଷା ଅଭାବରୁ ବର୍ତ୍ତମାନ ଜମି ରେ ପାଣି ଅଭାବ ଦେଖାଦେଇଥିବା ବେଳେ ଧାନ ଚାଷ କୁ ନେଇ ଚାଷୀ ଚିନ୍ତାରେ ରହିଛନ୍ତି । ଏନେଇ କାଣ୍ଡେଲ ଗ୍ରାମର ଚାଷୀ ତଥା ପାଣି ପଞ୍ଚାୟତର ପୂର୍ବତନ ସଭାପତି ଧନେଶ୍ଵର ମାଝୀ, କାଣ୍ଡେଲ କୃଷି ସମବାୟ ସମିତିର ନିର୍ଦ୍ଦେଶକ ଯୁଗେଶ୍ବର ବାଗ, ଅଶୋକ ବେହେରା, ଟଙ୍କଧର ବାଗ, ଛାୟାକାନ୍ତ ମାଝୀ, ଭାସ୍କର ବାଗ, ଦୁର୍ଯୋଧନ ମାଝୀ, ପୂର୍ଣ୍ଣ ମାଝୀ ପ୍ରମୁଖ ଅନେକ ଚାଷୀ କେସିଙ୍ଗା ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସେହିପରି କାଣ୍ଡେଲରେ ଦୀର୍ଘ ଦିନ ହେଲା ପାଣି ପଞ୍ଚାୟତ କମିଟି ମଧ୍ୟ ଗଠନ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ କେସିଙ୍ଗା ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଜନର କନିଷ୍ଠ ଯନ୍ତ୍ରୀ ଜଗ ମୋହନ ନାଏକଙ୍କୁ ପଚାରିବାରୁ ଚାଷୀ ମାନଙ୍କ ଅଭିଯୋଗକୁ ତଦନ୍ତ କରି ତାହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.