ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ପାତାଳୀ ଶ୍ରୀକ୍ଷେତ୍ର ଠାରେ ମାଁ ମାହେଶ୍ୱରୀ ସେନାର ଏକ ସାଧାରଣ ବୈଠକ ଅନଷ୍ଠିତ ହୋଇଯାଇଛି । ଜିତେନ୍ଦ୍ର ମେଣ୍ଡେଲିଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ମାଁ ମାହେଶ୍ୱରୀ ସେନା ନିଜର ସଂଗଠନ ସୁଦୃଢ କରିବା ଦିଗରେ ଆଲୋଚନା କରିବା ସହ ଆଗାମୀ ଦିନରେ ହେବାକୁ ଥିବା ‘ମାହେଶ୍ୱରୀ ମହୋତ୍ସବ’ର ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଆଗାମୀ ଦଶହରାରେ ମାହେଶ୍ୱରୀ ମହୋତ୍ସବ ପାଇଁ ତାରିଖ ଓ ସ୍ଥାନ ଘୋଷଣା କରାଯିବ । ଗତବର୍ଷ ବାଉସୁଣି ଠାରେ କୋଭିଡ ଗାଇଡଲାଇନ ପାଇଁ ସୀମିତ ଲୋକଙ୍କୁ ନେଇ ଆୟୋଜିତ ହୋଇଥିବା ମାହେଶ୍ୱରୀ ମହୋତ୍ସବ ଏ ବର୍ଷ କିପରି ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା ସହ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଲୋକ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ମହୋତ୍ସବରେ ଏକ ସ୍ମରଣିକା ଉନ୍ମୋଚନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ବହୁ କମ ଦିନରେ ଏହି ସ୍ମରଣିକା ପତ୍ରିକା ପାଇଁ ଏକ ସମ୍ପାଦନା ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ଏହା ଉପରେ କାର୍ଯ୍ୟକାରୀ କରାଯିବ । ଶେଷରେ ମନୀଷ ଦେହେରି ଆଲୋଚିତ ହୋଇଥିବା ବିଷୟ ଗୁଡ଼ିକର ବିବରଣୀ ପାଠନକରିଥିଲେ ଏବଂ ସୁରେଶ କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରୁ ମାଁ ମାହେଶ୍ୱରୀ ସେନାର ସଦସ୍ୟମାନେ ଯୋଗ ଦେଇଥିଲେ ।