କୁଲତା ଯୁବ ଶକ୍ତିର ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନିପାଟଣା ସ୍ଥିତ ଲେଖକ କଳା ପରିଷଦ ଠାରେ କୁଲତା ଯୁବ ଶକ୍ତି ଓଡିଶାର ଜୋନ ୧ ସଭାପତି ଡୋଲାମଣି ପ୍ରଧାନଙ୍କ ସଭାପତିତ୍ବରେ କଳାହାଣ୍ଡି ଶାଖାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବା ଯୁବ ସମ୍ମିଳନୀ ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ବୈଠକରେ କୁଲତା ଯୁବ ଶକ୍ତିର ବିଭିନ୍ନ ବିଭାଗ ଯଥା; ଶିକ୍ଷା, ସ୍ବାସ୍ଥ୍ଯ, କୃଷି, ବ୍ୟବସାୟ, କଳା ଓ ସଂସ୍କୃତି ତଥା ସମାଜର ଉନ୍ନତି ଉପରେ ଆଲୋଚନା ହୋଇଥିଲା । କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା ହରେକୃଷ୍ଣ ଭୋଇ ବୈଠକରେ ଉପସ୍ଥିତ ରହି ସମଗ୍ର ଓଡିଶା ଓ ଛତିଶଗଡ଼ର କୁଲତା ଯୁବ ସମାଜକୁ ଯୋଡିବା ହିଁ ଆଗାମୀ ଯୁବ ସମ୍ମିଳନୀର ଲକ୍ଷ୍ୟ ବୋଲି କହିଥିଲେ । କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ କୁଲତା ଯୁବ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମକୁ କିଭଳି ସୁଚାରୁରୂପେ କରାଯିବ ସେ ନେଇ ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଯୁବ ସମ୍ମିଳନୀର ସଫଳ ରୂପାୟନ ପାଇଁ କୁଲତା ଯୁବ ଶକ୍ତି କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସଂଯୋଜକ ଭାବରେ କିକିଆର କିଶୋର କୁମାର ପଧାନ, ଓ ସୁଜାନପୁରର ମୋତିଲାଲ ସାଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଗଲା । ଏହି ବୈଠକରେ ସୌମ୍ୟରଞ୍ଜନ ନାଏକ, ଅଭିଶେଷ ଭୋଇ, ସନ୍ତୋଷ ପଧାନ, ତେଜରାଜ ସା, ବିପିନ ଚନ୍ଦ୍ର ବିଶ୍ବାଳ, ପ୍ରସନ୍ନ ନାଏକ, ଭବାନୀ ପଧାନ, ଚନ୍ଦନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ସଂଗଠକ ଜୟନ୍ତ ପଧାନ ଓ ବୁବୁନ ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରକାଶ ଥାଉକି କୁଲତା ଯୁବ ଶକ୍ତି ସଂଗଠନ ବିଭିନ୍ନ ଜିଲ୍ଲାରେ ରକ୍ତଦାନ, ନିଶୁକ୍ଳ ଶିକ୍ଷାଦାନ , କଳାର ପ୍ରଚାର ପ୍ରସାର, ନିଶାମୁକ୍ତି ଅଭିଯାନ ସହ ବିଭିନ୍ନ ଜନହିତକର କାର୍ଯ୍ୟ ବିଗତ ଚାରି ବର୍ଷ ହେଲା କରିଆସୁଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.