ମୋରବି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ଗୁଜରାଟରେ ପାଳନ ହେବ ଶୋକ ଦିବସ

ଓଡ଼ିଆ ବାର୍ତ୍ତା/ ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଗୁଜରାଟରେ  ଝୁଲାପୋଲ ଦୁର୍ଘଟଣାକୁ ନେଇ ରାଜଭବନରେ  ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ଗୁଜରାଟରେ ଗୋଟିଏ ଦିନ ପାଇଁ ଶୋକ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି । ନଭେମ୍ବର ୨ ତାରିଖରେ ଗୁଜରାଟରେ ଶୋକଦିବସ ପାଳନ କରାଯିବ ବୋଲି ସେ ଟୁଇଟ କରି କହିଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ନେଇ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସଂଘବୀ, ଗୁଜୁରାଟର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସମେତ ରାଜ୍ୟର ଗୃହ ବିଭାଗ ଓ ଗୁଜରାଟ ରାଜ୍ୟର ଆପାତ୍ତକାଳୀନ ପ୍ରବନ୍ଧନ ପ୍ରାଧୀକରଣ ସହ ଅନ୍ୟ ଶୀର୍ଷ ଅଧିକାରୀ ଉପସ୍ଥିତ ଥିଲେ ।  ମୋଦୀ କହିଥିଲେ କି ସରକାର ଏହି ଦୁଃଖର ସମୟରେ ପୀଡ଼ିତଙ୍କ ପରିବାର ସହ ସବୁବେଳେ ଅଛନ୍ତି । ଏହି ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ନଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ  ଆଇପିସିର ଧାରା ୩୦୪, ଧାରା ୩୦୮ ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଯେଉଁମାନେ ଏଥିରେ ଦୋଷୀହେବେ ସେମାନଙ୍କୁ  କଠୋର ଦଣ୍ଡ ଦିଆଯିବ ବୋଲି ମୋରବି  ଆଇଜି ଅଶୋକ କୁମାର ଯାଦବ କହିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.