ସହୀଦ ପ୍ରତାପ ନାଏକଙ୍କ ସୃତିରେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ): ରାମଧୁନ କ୍ଲବ ସୋନପୁର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୫୪ତମ କାଳୀପୂଜା ଅବସରରେ ସୋମବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସହୀଦ ପ୍ରତାପ ନାଏକଙ୍କ ସୃତିରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରକୁ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଉଦଘାଟନ କରିଥିବାବେଳେ ଏହି ଶିବିରରେ ସମୁଦାୟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଉଭୟ ମହିଳା ଓ ପୁରୁଷ ସ୍ୱଇଚ୍ଛାରେ ରକ୍ତ ଦାନ କରିଥିଲେ । ଏହି ଶିବିରରେ ଅନ୍ୟତମ ଅତିଥି ଭାବରେ ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ, ଡିଏମ୍ଓ ଡ଼ଃ ପ୍ରଦୀପ କୁମାର ଗୁରୁ, ଜିଲ୍ଲା କ୍ରୀଡା ସଂଘ ସଂପାଦକ ଚିତ୍ତରଞ୍ଜନ ତରାସିଆ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ପୂର୍ବତନ ନଗରପାଳ କଇରୁ ସ୍ୱାଇଁ, କାଉନସିଲର ପିୟୁଷ କୁମାର ପଣ୍ଡା, ଚନ୍ଦ୍ରମା ମୋଟର୍ସ ର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ବାବୁ, ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା, କାଳୀପୂଜା କମିଟି ସଭାପତି ସୁରଜ ସାହୁ ଉପସଭାପତି ବୁବୁନ ନାଏକ, ସଂପାଦନ ସୁରେନ୍ଦ୍ର ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା ରକ୍ତ ଭଣ୍ଡାରର ଅଧିକାରୀ ଡା. ଦୁର୍ଗାଦତ୍ତ ଦାଶ, ଟେକନିସିଆନ୍ ସୁବାଷ ଚନ୍ଦ୍ର ପଣ୍ଡା, ଜଗତ ଦରଓ୍ବାନ , ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟ ମନବୋଧ ଭୋଇ, ମନୋରଞ୍ଜନ ତ୍ରିପାଠୀ, ଶେଷଦେବ ମେହେର, ଭକୋଡ ସ୍ୱାଇଁ, ଗୋପାଳ ବରାଇ, ସୁବାଷ ବିଶ୍ୱାଳ, ଲଡୁକିଶୋର ମଲ୍ଲିକ, ଟଙ୍କଧର କୁଅଁର, ହରିସାହୁ, ମାନସ ସେଠି, ଚନ୍ଦନ ବେହେରାଙ୍କ ସମେତ ରାମଧୁନ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.