ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ବାତିଲ

ଓଡ଼ିଆ ବାର୍ତ୍ତା/ ହାମିଲଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଭାରତ ୧୨.୫ ଓଭରରେ ୧ ୱିକେଟ ବିନିମୟରେ ୮୯ ରନ କରିଥିବା ବେଳେ ମ୍ୟାଚକୁ ବନ୍ଦ ରଖାଯାଇଥିଲା । ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି । ଘରୋଇ ଦଳ ସିରିଜ ପରାଜୟ ହେବା ସମ୍ଭାବନା ନ ଥିବା ବେଳେ ଭାରତକୁ କିନ୍ତୁ ଅନ୍ତିମ ଦିନିକିଆରେ ବିଜୟ ଜରୁରୀ ହୋଇପଡିଛି । ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଶିଖର ଧାୱନ ୩ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ବର୍ଷା ଯୋଗୁ ମ୍ୟାଚ ୨ ଥର ବାଧାପ୍ରାପ୍ତ ହୋଇଥିଲା ।ସୂର୍ଯ୍ୟକୁମାର ଯାଦବ ୨୫ ବଲରେ ୩୪ ଓ ଶୁଭମନ ଗିଲ ୪୨ ବଲରେ ୪୫ ରନ କରି ଅପରାଜିତ ରହିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ଜବରଦସ୍ତ ଫର୍ମରେ ରହିଥିଲେ । ଏହା ପରେ ଆଉ ବର୍ଷା ନ କମିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା । ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା । ବର୍ଷା ସହ ଭାରତର ସିରିଜ ବିଜୟ ଆଶା ଧୋଇ ହୋଇଯାଇଛି । ମାଟ୍ଟ ହେନେରୀ ନ୍ୟୁଜିଲାଣ୍ଡ ପକ୍ଷରୁ ଏକମାତ୍ର ୱିକେଟଟି ଅକ୍ତିଆର କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.