ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ତଲାଗାଁ ଗୋଚର ପଡ଼ିଆ ଠାରେ ରବିବାର ନୂତନ ଧାନ ମଣ୍ଡି ଉଦଘାଟନ ହୋଇଛି। ପ୍ରଥମେ କୃଷକ ମଞ୍ଚ ପକ୍ଷରୁ ଭୁମି ପୁଜନ କରାଯାଇଥିଲା। ପରେ ଏହାକୁ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ଆମପାଣି ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ପ୍ୟାକ୍ସ ସଭାପତି ବିରଞ୍ଚି ନାରାୟଣ ପଣ୍ଡା, ପ୍ୟାକ୍ସ ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ପ୍ୟାକ୍ସ ଉପ-ସଭାନେତ୍ରୀ ତିଳୋତ୍ତମା ନାଏକ, ସମିତି ସଭ୍ୟା ଉମା ନାଏକ, କୋକସରା ବ୍ଲକ ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, ପ୍ୟାକ୍ସ ଡାଇରେକ୍ଟର ଜମୁନା ମାଝୀ, ଜିତେନ୍ଦ୍ର ପଣ୍ଡା, ସଞ୍ଜୟ ସିଙ୍ଗଲ ପ୍ରମୂଖ ଯୋଗଦେଇ ଥିଲେ। ଏହି ଅବସରରେ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଗାମୀ ଦିନରେ ଚାଷୀ କିଭଳି ଭାବରେ ସୁରୁଖୁରୁରେ ଧାନ ବିକ୍ରି କରିବେ ସେନେଇ ପ୍ୟାକ୍ସ ଅଧିକାରୀ ଓ ଚାଷୀ ମାନଙ୍କ ଆଲୋଚନା ହୋଇଥିଲା। ପ୍ରକାଶ ଯେ’ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ବାସୀ ଦିର୍ଘ ବର୍ଷରୁ ଆମପାଣି ପ୍ୟାକ୍ସରେ ଧାନ ବିକ୍ରୀ କରି ଆସୁଥିଲେ। ତେବେ ଆମପାଣି ମଣ୍ଡି ଦିର୍ଘ ୫ କିମି. ଦୂର ହେଉଥିବାରୁ ଚାଷୀ ମାନେ ମଣ୍ଡି କୁ ଧାନ ନେଇ ବିକ୍ରୀ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ବିଭିନ୍ନ ସମୟରେ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ର ଚାଷୀ ସମୂହ ସରକାରଙ୍କ ପାଖରେ ଦାବି କରି ଆସୁଥିଲେ। ତେବେ ଚାଷୀମାନଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ନୂତନ ଧାନ ମଣ୍ଡି ହେବାପରେ ଅଞ୍ଚଳର ଚାଷୀମାନେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଦଘାଟନୀ ଉତ୍ସବରେ କୃଷକ ମଞ୍ଚର ସଭାପତି ଟଙ୍କଧର ପୁଝାରୀ, ସମ୍ପାଦକ ହରିଶ୍ଚନ୍ଦ୍ର ନାଏକ, କୋଷାଧ୍ୟକ୍ଷ ଚୌଧୁରୀ ନାଏକ, ଉପ ସଭାପତି ବିଡୁ ନାଏକ, ଧର୍ମାନନ୍ଦ ନାଏକ, ମନୋଜ କୁମାର ଦାସ, ଧନବଲ ମାଝି, ନିଲାମ୍ବର ଦାସ, ବଲଭଦ୍ର ପୁଝାରୀ, ଦେବ ପୁଝାରୀ, ଅଚ୍ୟୁତ ଭଏଁସାଲ, ପରୀକ୍ଷିତ ବେଶ୍ରା, ଭଜମନ ନାଏକ, ନରେନ୍ଦ୍ର ନାଏକ, ଦୟାନିଧି ଭାଟି, ପଦ୍ମଲୋଚନ ପୁଝାରୀ, ବିରେନ୍ଦ୍ର ନାଏକ, ଯୁଗେଶ୍ବର ପୁଝାରୀ, ଘନଶ୍ୟାମ ସାହୁ, ଜଗଦୀଶ ନାଏକ, ଲାଲ ସିଂ ବାଗ, ଗରୁଡ଼ ଦଳପତି, ବିଶ୍ବମ୍ବର କାଣ୍ଡ ସମେତ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ କୁ କୃଷକ ସାଥୀ ଗଜିନ୍ଦ୍ର ନାଗ ପରିଚାଳନା କରିଥିଲେ।