ଓଡ଼ିଶା ଡିପ୍ଲୋମା ଇଂଜିନିୟରସ ସଂଘର ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ଡିପ୍ଲୋମା ଇଂଜିନିୟରସ ସେବା ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଂ. ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ପୁରୁଣା ପେନସନ ଯୋଜନା ଲାଗୁକରିବା, ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀମାନଙ୍କର ଗ୍ରେଡେଶନ କରିବା ସହିତ ପଦନ୍ନତି କରିବା, ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ସ୍ଥାୟୀ ନିଯୁକ୍ତି ଦେବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ଓଡିଶା ଡିପ୍ଲୋମା ଇଞ୍ଜିନିୟରସ କେନ୍ଦ୍ରୀୟ ସମ୍ପାଦକ ଶ୍ରୀଧର ବାରିକ ଓ ଅତିରିକ୍ତ ମହାମଣ୍ଡଳ ସମ୍ପାଦକ ଇଂ. ସମରେନ୍ଦ୍ର ସାମଲ ଅତିଥି ଭାବରେ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ସଂଘର ପୂର୍ବତନ ସଭାପତି ଦିବଂଗତ ଇଂ. ସ୍ବର୍ଗତ ନାରାୟଣ ନାୟକଙ୍କ ସ୍ମୃତି ଚାରଣ ପୂର୍ବକ ଅମର ଆତ୍ମାର ସଦଗତି ଉଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ନୂତନ କାର୍ଯ୍ୟକାରୀ କମିଟି ଗଠନ ହୋଇଥିଲା। ସର୍ବସମ୍ମତି କ୍ରମେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ପ୍ରଧାନ ସଭାପତି, ପଞ୍ଚାୟତିରାଜ ବିଭାଗର ସଞ୍ଜୟ ମଲିକ ସମ୍ପାଦକ, ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରକାଶ ବେହେରା, କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗମୋହନ ନାଏକ ସହ ସମ୍ପାଦକ, ସତ୍ୟନାରାୟଣ ବେହେରା ଓ ନିରଞ୍ଜନ ଘଡେଇ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ପୂର୍ତ୍ତବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁ ଉପଦେଷ୍ଟା ଭାବେ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ଇଂ.ପ୍ରବୀଣ କୁମାର ପାଣି, ହିମାଞ୍ଚଳ ବେହେରା, ମାନସ କୁମାର ସେଠୀ, ଚିତ୍ତରଞ୍ଜନ ଜେନା, ଜୟଶ୍ରୀ ସାନ୍ଧ୍ୟ, ମିତାଞ୍ଜଳି ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.