କଂଗ୍ରେସର କୋକସରା ଓ ମୋଟେର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଜୋଡୋ ଯାତ୍ରାକୁ ସଫଳ କରି କର୍ମୀ ମହଳରେ ସକ୍ରିୟତା ଦେଖେଇବା ସକାଶେ ଆଜି କୋକସରା ବ୍ଲକ ମୋଟେର ଓ କୋକସରା ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୋକସରା କଲ୍ୟାଣ ମଣ୍ଡପ ଠାରେ ଆୟୋଜକ ଉକ୍ତ କାର୍ଯ୍ୟକ୍ରମରେ କୋକସରା ଜୋନ ସଭାପତି କମଳ ଲୋଚନ ନାଏକ ସଭାପତିତ୍ୱ କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ କଂଗ୍ରେସର ସାଧାରଣ ଜନତା ପ୍ରତି ଥିବା ସହଯୋଗ ଓ କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ କାର୍ଯ୍ୟକାରୀ ସଭାପତି କେଶବ ଚନ୍ଦ୍ର ନାଏକ, ପୁରୁଷୋତ୍ତମ ଗୁପ୍ତା, ରବୀନ୍ଦ୍ର ପଟ୍ଟଯୋଶୀ, ତୁଲେଶ୍ଵର ନାଏକ, ଜିଲ୍ଲା ଓବିଶି ସେଲ ସଭାପତି ଲିଙ୍ଗରାଜ ବେହେରା, ନିମାଇଁ ଚରଣ ଧଙ୍ଗଡ଼ା ମାଝୀ, ତ୍ରିଭୁବନ ନାଏକ, ମୋଟେର ଜୋନ ସଭାପତି ଯତୀନ୍ଦ୍ର ଦଳେଇ, ସୁରେଶ ଚନ୍ଦ୍ର ଭଇଁସାଲ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ମହାନନ୍ଦ, ପ୍ରବକ୍ତା ବେଣୁପାଣି ଦୁର୍ଗା, ଛାତ୍ର କଂଗ୍ରେସର ସୁନିତ ସରାପ, ମଣିଭଦ୍ର ପଣ୍ଡା, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ମହିଳା ନେତ୍ରୀ, ମାଧୁରୀ ନିଏଲ, ଫୁଲତୋଳା ଖମାରୀ, ତପସ୍ୱିନୀ ପ୍ରଧାନୀ ପ୍ରମୁଖ ଯୋଗଦେଇଥିଲେ। ପୂର୍ବତନ ବ୍ଲକ ସଭାପତି ରାଜେନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.