କଳାକ୍ଷେତ୍ରରେ କଳାମେଳା-୨୦୨୩

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର: ଚାରୁ ଓ କାରୁକଳା ମହାବିଦ୍ୟାଳୟ ବାଲେଶ୍ଵର ପରିସରରେ ୨୮ତମ ବାର୍ଷିକ ଦ୍ଵିତୀୟ ଥର କଳାମେଳା ସମାପନ ସମାହାର ସମାପ୍ତି ହୋଇଯାଇଛି। ଏନେଇ ଆୟୋଜିତ ଶେଷ ସନ୍ଧ୍ୟା ସମାରୋହରେ ପଶୁରାମ ପଣ୍ଡା ଏବଂ ଅନୁପମା ପଣ୍ଡାଙ୍କ ତରଫରୁ ବାଲେଶ୍ୱରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସଙ୍କୁ ଉତରଣି ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କଳାମେଳାରେ ବିଭିନ୍ନ ପ୍ରକାର କଳା କୃତି ଯେପରି ପଟଚିତ୍ର, ତୈଳ ଚିତ୍ର, ସେରାମିକ ଦ୍ଵାରା ପ୍ରସ୍ତୁତ ଘରେଇ ଉପକରଣ, ଭସ୍କଯ୍ୟ କଳାକୃତି, ମୁଦ୍ରଣ କଳା ଆଦି ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା । ଏହି ତିନିଦିନରେ ତିନି ଲକ୍ଷ ପାଇଁତିରିଶି ହଜାର ମୂଲ୍ୟରେ ବିକ୍ରି ହୋଇଛି । ସେଥିମଧ୍ୟରୁ ସର୍ବ ଶ୍ରେଷ୍ଠ ଗୋଟେ ଚିତ୍ର ସତର ହଜାର ଟଙ୍କାରେ ବିକ୍ରୟ ହୋଇଛି । ସେହି ପରି ଦ୍ୱିତୀୟ କଳାମେଳାର ଆୟଜନ ବାଲେଶ୍ୱରରେ ହେଇଥିବାରୁ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏହି କଳାମେଳା ସଫଳ ହୋଇଥିବାରୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନୀକୁଞ୍ଜ ବିହାରୀ ଦାସ ଧନ୍ୟବାଦ୍ ଜଣାଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.