ଟୋକିମରା ପର୍ବରେ ଉତ୍ସବ ମୁଖର ଥୁଆମୂଳ ରାମପୁରର ପୁରପଲ୍ଲୀ 

କଳାହାଣ୍ଡି/ ଓଡ଼ିଆ ବାର୍ତ୍ତା (ପ୍ରଦୀପ କୁମାର ପଣ୍ଡା): ଆଦିବାସୀଙ୍କ ମହାନ ପର୍ବ ଟୋକିମରା କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସମାପନ ହୋଇଯାଇଛି। ଚଳିତ ବର୍ଷ ବ୍ଲକର କର୍ଲାପାଟ ପଞ୍ଚାୟତର ଭେଜିଗୁଡା, ଥୁଆମୂଳ ରାମପୁର ପଞ୍ଚାୟତର ମେଲକୁନ୍ଦେଲ, ବିରିକୋଟ ପଞ୍ଚାୟତର ବଲଙ୍ଗି ଏବଂ ତଳଝାପି ପଞ୍ଚାୟତର ନିକେଶଜୋର୍ ଗ୍ରାମରେ ଏହି ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିଲା। ଆଧୁନିକ ସଭ୍ୟତାରେ ଆଜିବି ନିଜ ସଂସ୍କୃତି ପରମ୍ପରା ଏବଂ ଐତିହ୍ୟ ବଜାୟ ହୋଇ ରହିପାରିଛି। ଯାହା ଆଦିବାସୀ ସମ୍ପ୍ରଦାୟ ଆଜିବି ଭୁଲି ନଯାଇ ସାଇତି ରଖିବାରେ ସଂକଳ୍ପବଦ୍ଧ। ମାଟି ମାଆର ସେବକ ଓ ପ୍ରକୃତିର ପୁଜକ ଭାବେ ଅନାଦି କାଳରୁ ଏହି ପରମ୍ପରାକୁ ଚଳାଇ ଆସୁଛନ୍ତି। ବର୍ଷର ବିଭିନ୍ନ ଋତୁରେ ବିଭିନ୍ନ ପର୍ବ ପାଳନ କରିଥାନ୍ତି ଏମାନେ। ତନ୍ମଧ୍ୟରୁ ଟୋକିମରା ପର୍ବ ସ୍ବତନ୍ତ୍ର ଏବଂ ନିଆରା ପରମ୍ପରାର ଉଦାହରଣ। ଏହା ଏକ କୃଷି ଭିତ୍ତିକ ପର୍ବ ଭାବରେ ପରିଚିତ। ପରିବାର ତଥା ଗ୍ରାମବାସୀ ଏବଂ ପାଳିତ ପଶୁପକ୍ଷୀଙ୍କ ସୁସ୍ଥ ମୟ ଜୀବନ ସହିତ ବିଭିନ୍ନ ଶସ୍ୟର ସୁରକ୍ଷା ନିମିତ୍ତ ଏହି ପର୍ବ ପାଳନ କରିଥାନ୍ତି। ମାଟି ମାଆ ଧରନୀ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତଙ୍କ ମଙ୍ଗଳ ହୁଏ ବୋଲି ଆସ୍ଥାଓ ବିଶ୍ବାସ ରହିଆସିଛି। ଯେଉଁ ଗାଁରେ ଏହି ପର୍ବ ପାଳନ ହେବାର ନିଷ୍ପତ୍ତି ନିଆଯାଇଥାଏ ତା’ର ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମର ନିଜ ସମ୍ପ୍ରଦାୟର ବନ୍ଧୁବାନ୍ଧବ ମାନଙ୍କୁ ଏନେଇ ସୂଚନା ଦିଆଯାଇଥାଏ। ଏହି ପର୍ବ ଯେମିତି ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ କିଭଳି ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥାଏ। ସେହି ଗାଁର ପୁରୁଣା ଗୁଡି ଘରକୁ ନୂତନ ଭାବେ ନିର୍ମାଣ କରାଯାଇଥାଏ। ଏହି ପର୍ବ ପାଳନ ଅବସରରେ ଏହି ନୂତନ ଗୁଡି ଘରକୁ ଗ୍ରାମର ଜାନୀ ଦିଶାରୀଙ୍କ ଦ୍ବାରା ଆଦିବାସୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ।ପୌଷ ମାସର ଅନ୍ତିମ ରବିବାର ଦିନ ଏହି ପର୍ବ ପାଳିତ ହୋଇଆସୁଥିବା ପରମ୍ପରାରୁ ରହିଆସିଛି। ଏହି ପର୍ବ କିପରି ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହେବ ସେଥିପାଇଁ ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ଯୁବ ସଂଗଠନ ନିୟୋଜିତ ହୋଇଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.