ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ମ୍ୟାନେଜର ହେବେ ଓଡିଶାର ଶିବବ୍ରତ ମଲ୍ଲିକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ଶିବବ୍ରତ ମଲ୍ଲିକଙ୍କୁ ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ କ୍ରିକେଟ ସିରିଜ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ କରାଯାଇଛି । ଏହି ୩ଟି ମ୍ୟାଚ ଜାନୁୟାରୀ ୧୮, ୨୧ ଓ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଓ ଇନ୍ଦୋରରେ ଖେଳାଯିବ । ମଙ୍ଗଳା କ୍ଲବର ସେକ୍ରେଟାରୀ ଶିବବ୍ରତ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ବିଜୟ ହାସଲ କରିଥିବା ଭାରତୀcୟ ଦଳ ଏବେ ଭଲ ଫର୍ମରେ ରହିଛି । ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏବେଠାରୁ ଟିମ କମ୍ବିନେଶନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ଭାରତ ଗସ୍ତରେ ନ୍ୟୁଜିଲାଣ୍ଡ କେନ ୱିଲିୟମସନ, ଟ୍ରେଂଟ ବୋଲ୍ଟ ଓ ଟିମ ସୌଥୀଙ୍କ ଅନୁପସ୍ଥିତିରେ ମ୍ୟାଚ ଖେଳିବ । ଅପରପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖିବା ପାଇଁ ଉଦ୍ୟମ କରିବ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.