ପ୍ରଜ୍ଞା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ

କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଟ୍ରାଇବେକର ରେ ୫-୪ ରେ ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେ ଚାଲି ଆସୁଥିବା ପ୍ରଜ୍ଞା ମେରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିନର ଖେଳରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ବଉଦ ଏସୋସିଏସନ କୁ ଭେଟିଥିଲା । ଏକ ରୋମାଂଚକର ସଂଘର୍ଷପୂର୍ଣ୍ଣ ମ୍ୟାଚ ରେ କନ୍ଧମାଳ ଟ୍ରାଇବେକର ରେ ୫-୪ ଗୋଲରେ ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲ ରେ ପ୍ରବେଶ କରିଛି । ଆଜିର ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ବଉଦ ଏସୋସିଏସନ କନ୍ଧମାଳ ଟିମ କୁ ଦୁଇଗୋଟି ଗୋଲ ଦେଇଥିଲା । ଜବାବରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ଦୁଇଗୋଟି ଗୋଲ ଦେଇ ମ୍ୟାଚ କୁ ଡ୍ର କରିବାରେ ସକ୍ଷମ ହୋଇ ପାରିଥିଲା ଶେଷରେ ଟ୍ରାଇ ବେକର ସଟ ରେ କନ୍ଧମାଳ ଟିମ ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲ ରେ ପ୍ରବେଶ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ଖେଳରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ପ୍ରଗତିବାଦୀ ର ଡିଜିଏମ କମ୍ବୁପାଣି ମିଶ୍ର,ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, କ୍ରୀଡ଼ାପ୍ରେମୀ ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡ଼ିଆ ପ୍ରମୂଖ ଯୋଗଦାନ କରିଥିଲେ । ମ୍ୟାଚ କୁ କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାଏକ ପରିଚାଳନା କରିଥିବା ବେଳେ ସୁରେଶ ନାଏକ ଓ ନାରାୟଣ ପଧାନ ଲାଇନ ମ୍ୟାନ ଦାଇତ୍ୱ ତୁଲାଇଥିଲେ ।

Udyog Nursery
Udyogi Nursery

ଆୟୋଜକ ଏସ୍କନ କ୍ଲବ ର ସମ୍ପାଦକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତ୍ରୀଲୋଚନ ଗଉଡ଼, ଦୀପୁ ପାତ୍ର, କିଶୋର ମାଝୀ, ପିଣ୍ଟୁ ନାଗ, ବଣ୍ଟୁ ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଆସନ୍ତା କାଲି ୧୭/୧ ମଙ୍ଗଳବାର କେଡିଏଫଏସି କୋରାପୁଟ ଓ କଣ୍ଟାବାଞ୍ଜି ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.