୫ଦିନରେ ଚଇତି ମଂଚରେ ଯୋଗ ଦେବେ ୯ଜଣ ମନ୍ତ୍ରୀ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର କଳା, ସାହିତ୍ୟ ଓ ସଂସ୍କୃତିର ବର୍ଣ୍ଣାଢ୍ୟ ଉତ୍ସବ ଚଇତି-୨୦୨୨ ଆସନ୍ତାକାଲି ୧୮ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଚଇତି ମହୋତ୍ସବର ପ୍ରଥମ ନିମନ୍ତ୍ରଣ ପତ୍ର ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିରରେ ପ୍ରଦାନ କରାଯାଇଛି । ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀ ଏହି ନିମନ୍ତ୍ରଣ ପତ୍ର ଆଜି ପ୍ରଦାନ କରିଥିଲେ । ପାଂଚଦିନ ବ୍ୟାପି ଚଇତି ମଂଚର ସାଂସ୍କୃତିକ ଉତ୍ସବରେ ରାଜ୍ୟସ୍ତରର ଲୋକନୃତ୍ୟ,ଲୋକ କଳା ତଥା ଲୋକ ସଙ୍ଗୀତ ସମେତ ଜାତୀୟ ସ୍ତରର ବହୁ କଳାକାର ଓ ଶିଳ୍ପୀ ନିଜ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ଏତତ୍ବ୍ୟତୀତ ରାୟଗଡା ଜିଲ୍ଳାର କଳା ସଂସ୍କୃତିର ପୁରୋଧା ତଥା ଅମୃତର ସନ୍ତାନ ଡଙ୍ଗରିଆ କନ୍ଧ, ଲାଂଜିଆ ସଉରା, ପରଜା ଆଦି ଜନଜାତିମାନଙ୍କର କଳା ସଂସ୍କୃତିର ବୃହତର ଲୋକ ସମାଜରେ ପରିଚିତ କରାଇବା ପାଇଁ ଚଇତି ଏକ ଅନନ୍ୟ ମଂଚ ।
ଏହି ଉତ୍ସବରେ ବହୁ ପ୍ରତିଭାବାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରାଯିବାର ବ୍ୟବସ୍ଥା କରିଛି ଜିଲ୍ଳା ସଂସ୍କୃତି ପରିଷଦ । ଏଥିସହିତ ପଲ୍ଳିଶ୍ରୀ ମେଳା ଜରିଆରେ ତମାମ୍ ଦେଶର ହସ୍ତକଳା, ଚିତ୍ରକଳା, କୃଷିମେଳା ଓ ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ ସାଙ୍ଗକୁ ପିଲାଙ୍କ ମନୋରଂଜନ ପାଇଁ ମୀନା ବଜାର, ବିଜ୍ଞନମେଳା ଆଦିର ମଧ୍ୟ ପ୍ରଦର୍ଶନୀ କରାଯିବ । ଏହି କଳା ଓ ସଂସ୍କୃତିର ମହାକୁମ୍ଭ ଚଇତି ମହୋତ୍ସବରେ ଆନନ୍ଦ ନେବା ସହିତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ଜିଲ୍ଳା ସଂସ୍କୃତି ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଳାପାଳ ସ୍ୱଧାଦେବ ସିଂ ସମସ୍ତଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗୀୟ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଯୋଗ ଦେବାକୁ ସ୍ଥିର ହୋଇଥିବା ବେଳେ ବିଶିଷ୍ଠ ଅତିଥି ବୃନ୍ଦରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ,ସୂଚନା ଓ ଲୋକ ସଂପର୍କ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ପ୍ରଦୀପ୍ କୁମାର ଅମାତ, ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା,ଯୋଜନା ଓ ସମନ୍ୱୟ ବିଭାଗୀୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ସମ୍ମାନୀତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝି, ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ, ମିଶନ ଶକ୍ତି ଉପଦେଷ୍ଠା ଲୋପାମୁଦ୍ରା ବକ୍ସିପାତ୍ର, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝିଙ୍କ ସମେତ ରୟଗଡା, ପଦ୍ମପୁର, ମୁନିଗୁଡା ବ୍ଳକ ଅଧ୍ୟକ୍ଷା ଏବଂ ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ଉପସ୍ଥିତ ରହିବେ ।
ସେହିପରି ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତି ଶୁଭା ଶର୍ମା ଏବଂ ବିଶିଷ୍ଠ ଅତିଥି ଭାବେ ୱାଲଟିୟର ରେଳ ଡିଭିଜନ୍ ଡିଆରଏମ ଅନୁପ କୁମାର ଶତପଥି ଏବଂ ଦକ୍ଷିଣ ପଶ୍ଚିମାଂଚଳ ପୋଲିସ ଉପ ମହାନିରିକ୍ଷକ ରାଜେଶ ଉତମ କୁମାରଙ୍କ ସମେତ ଆସାମ ଗୈାହାଟିର କଷ୍ଟମ ଓ ଜିଏସଟିର ଡେପୁଟି କମିଶନର ତଥା ରାୟଗଡା ଜିଲ୍ଳା କାଶିପୁର ମାଟିର ପୁଅ ସୁନନ୍ଦ ଝୋଡିଆ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ କୋରାପୁଟ, ଗଜପତି, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଜିଲ୍ଳାର ଜିଲ୍ଳାପାଳ ଏବଂ ଏସ୍.ପି.ମାନେ ଯୋଗ ଦେବେ । ସେହିପରି ଚଇତିି ମହୋତ୍ସବର ତୃତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଶିଷ୍ଠ ଅତିଥି ଭାବେ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ବାସନ୍ତି ହେମ୍ବ୍ରମ ଯୋଗ ଦେବେ । ସେହିପରି ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଏସଡିସି ଅଧ୍ୟକ୍ଷା ରାୟଗଡା,କୋରାପୁଟ ଲୋକସଭା ସାଂସଦ, ବିଧାୟକ, ବ୍ଳକ ଅଧ୍ୟକ୍ଷାଙ୍କ ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏସଡିସି ଅଧ୍ୟକ୍ଷଅଧ୍ୟକ୍ଷା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ଯୋଗ ଦେବେ ବୋଲି ଜିଲ୍ଳା ସଂସ୍କୃତି ପରିଷଦ ତରଫରୁ ଜଣାଯାଇଛି । ଚତୁର୍ଥ ସଂଧ୍ୟାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏବଂ ବିଶିଷ୍ଠ ଅତିଥି ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ସମେତ ସମ୍ମାନୀତ ଅତିଥି ଭାବେ ଜିଲ୍ଳାର ବରିଷ୍ଠ ଅଧିକାରୀ ଓ ଶିଳ୍ପାନୁଷ୍ଠାନର ମୁଖ୍ୟ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଶେଷ ତଥା ଉଦଯାପନୀ ଉତ୍ସବ ପଂଚମ ସଂଧ୍ୟାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ଶ୍ରୀମତି ପ୍ରମିଳା ମଲ୍ଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥିସହ ବିଶିଷ୍ଠ ଅତିଥି ଭାବେ ପ୍ରଯୁକ୍ତି ବିଞାନ,ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଜଳ ସଂପଦ,ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏବଂ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଗ୍ରାମ୍ୟ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଇଂ.ପ୍ରିତୀରଂଜନ ଘଡେଇ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।