କେନ୍ଦ୍ରୀୟ ବିଦ୍ୟାଳୟର ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଅଟୋକୁ ଧକ୍କା ଦେଲା ବଲେରୋ, ୩ ଗୁରୁତର

ଓଡ଼ିଆ ବାର୍ତ୍ତା/ ରାୟଗଡା: କେନ୍ଦ୍ରୀୟ ବିଦ୍ୟାଳୟର ସ୍କୁଲ ପିଲାଙ୍କୁ ନେଇ ଅଟୋରେ ଫେରୁଥିବା ବେଳେ ଧକ୍କା ଦେଲା ବଲେରୋ ଗାଡି । ଫଳରେ,୩ ଶିଶୁ ଛାତ୍ର ଗୁରୁତର ହୋଇଛନ୍ତି । ଅଟୋରେ ୧୩ ଜଣ ପିଲା ବସିଥିଲେ, ଘଟଣାଟି ଘଟିଛି ରାୟଗଡ଼ା ସହର ରେଳ ଷ୍ଟେସନ ଛକ ନିକଟରେ । ଆଜି ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ୧୩ ଜଣ ପିଲାଙ୍କୁ ନେ଼ଇ ଫେରୁଥିଲା ଅଟୋ । ତେବେ ଆରପଟ ଆଡୁ ରଙ୍ଗ ରୁଟରେ ଆସୁଥିବା ବୁଲେରୋ ଗାଡି ସହିତ ଧକ୍କା ହୋଇଥିଲା । ଫଳରେ ଅଟୋ ଡ଼୍ରାଇଭର ସହିତ ୩ ଶିଶୁ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ସମସ୍ତଙ୍କ ଅବସ୍ତା ସ୍ଥିର ରହିଛି। ଦୁର୍ଘଟଣା ଘଟାଇଥିବା ବୁଲେରୋକୁ ପୋଲିସ ଜବତ କରି ତଦନ୍ତ କରୁଛି । ସୂଚନା ଅନୁସାରେ ବୁଲେରୋଟି କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଭ୍ରାମ୍ୟମାଣ ଚିକିତ୍ସା ସେବାରେ ନିୟୋଜିତ ଥିଲା ବୋଲି ଜଣାପଡିଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାରେ କେଦାର ନାଥ ତ୍ରିପାଠୀ, ମାନ୍ୟତା ପ୍ରିୟଦର୍ଶନୀ ଛାତ୍ରୀ ଓ ଅଟୋ ଚାଳକ ହେଲେ ଏ. ଗୁମ୍ଫସ୍ୱାମୀ ଗୁରୁତର ହୋଇଥିବା ବେଳେ ମାନ୍ୟତା ପ୍ରିୟଦର୍ଶନୀ ସାହୁ ଚତୁର୍ଥ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.