କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିକ୍ରମ କେଶରୀ ନାଥଙ୍କ କୃତିତ୍ୱ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା) :  ସମାଜସେବୀ ବିକ୍ରମ କେଶରୀ ନାଥ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ମନୋନୀତ ହୋଇ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରାଳୟ ପକ୍ଷରୁ କର୍ଣ୍ଣାଟକର ହୁବୁଲି ଠାରେ ପାଞ୍ଚ ଦିନ ବ୍ୟାପି ଆୟୋଜିତ ୨୬ତମ ଜାତୀୟ ଯୁବ ଉତ୍ସବରେ କଟକ ଜିଲ୍ଲାରୁ ପ୍ରତିନିଧିତ୍ବ କରିଥିଲେ। ନିଜର ପ୍ରତିଭା ପ୍ରଦର୍ଶନ କରି ସେ ଉପସ୍ଥିତି ଅତିଥି ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ପରିବେଶବିତ୍, ଜାତୀୟ ଯୁବ ସ୍ଵେଚ୍ଛାସେବୀ ବିକ୍ରମ କେଶରୀ ନାଥଙ୍କୁ ଏଥି ନିମନ୍ତେ ଅନେକ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.