ବ୍ଲକ ମିଶନ ଶକ୍ତି ଭବନର ଶୁଭ ଉଦ୍ଘାଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନୂତନ ଭାବରେ ନିର୍ମାଣଧିନ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ମିଶନ ଶକ୍ତି ଭବନ ଗୃହର ଆଜି ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଲକ୍ ଅଧକ୍ଷା ମନ୍ଦାକିନୀ ସିଂହଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ କୁସୁମ ମଞ୍ଜରୀ ପ୍ରହରାଜ, ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ସଂଯୋଜକ ସତ୍ୟ ନାରାୟଣ ସାହୁ, ଜୀବିକା ମିଶନର ବିପିଏମ ଦୀପ୍ତି କିଶୋର ନାଏକ, ଜିପିଓ କୁଳମଣି ସିଂ ରାୟ, ନିମନ୍ତ୍ରିତ ଗଣ ମାଧ୍ୟମ ପ୍ରତିନିଧି ଗଣ, ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.