ରାୟଗଡାରେ ଚୋରଙ୍କ ଉତ୍ପାତ, ତାଲା ପଡିଥିବା ଘର ଏବଂ ଗଳାହାର ଲୁଟିବାକୁ ବୟସ୍କା ମହିଳାଙ୍କୁ ଟାର୍ଗେଟ

• ଗାୟତ୍ରୀ ନଗରରେ ତାଲା ପଡିଥିବା ଘରେ କଲେ ଲୁଟ୍

• ୫ତୁଳା ସୁନା ଓ ୧କେଜି ରୂପା ସାମଗ୍ରୀ ସହ ନଗଦ ଦେଢ ଲକ୍ଷ ଚୋରି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି । ପୋଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ଚାଲେଂଜ କରି ତାଲା ପଡିଥିବା ଘରେ କଳାକନା ବୁଲାଇବା ଏବଂ ବୟସ୍କା ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେବାରେ ପଛାଉନାହାନ୍ତି ଚୋର ଗ୍ୟାଙ୍ଗ । ଆଉ ଏପରି ଚୋର ଗ୍ୟାଙ୍ଗକୁ ଧରିବାରେ ଅସଫଳ ହେଉଥିବା ରାୟଗଡା ଥାନା ପୋଲିସର ପାରିଦର୍ଶିତା ଉପରେ ସହରରେ ବିଭିନ୍ନ ଗଳିକନ୍ଦିରେ ଚର୍ଚ୍ଚା ଜୋର ଧରୁଛି । ଆଜି ସହରର ଗାୟତ୍ରୀ ନଗର ସେକେଣ୍ଡ ଲାଇନରେ ରହୁଥିବା ଟି.ରାମ ବାବୁଙ୍କ ଘରେ ହୋଇଛି ବଡ ଧରଣର ଚୋରି । ୫ତୁଳାରୁ ଉର୍ଦ୍ଧ ସୁନା ଗହଣା ସହ ୧କେଜିରୁ ଉର୍ଦ୍ଧ ରୂପା ସାମଗ୍ରୀ ଏବଂ ନଗଦ ପାଖାପାଖି ଦେଢ ଲକ୍ଷ ଟଙ୍କା ଚୋରି ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାମବାବୁ ନିଜ ପରିବାରକୁ ନେଇ ଗତ ମଙ୍ଗଳବାର ଦିନ ଠାରୁ ମେଡିକଲ କାମରେ ବିଶାଖାପାଟଣମକୁ ଯାଇଥିଲେ । ରାୟଗଡାରେ ରହୁଥିବା ତାଙ୍କ ସଂପର୍କୀୟ ତଥା ଶାଳକ ଜି.ସୁନୀଲ ପ୍ରତିଦିନ ଘର ଆଡେ ବୁଲି ଆସୁଥିବା ବେଳେ ଆଜି ସକାଳେ ଘର ଚାକରାଣୀ ଘରକୁ ସଫାସୁତୁରା କରିବାକୁ ଯାଇଥିଲେ । ଘର ତାଲା ଭାଙ୍ଗି ପଡିଥିବା ଦେଖିବାକୁ ପାଇ ରାମବାବୁଙ୍କ ସଂପର୍କୀୟଙ୍କୁ ଜଣାଇଥିଲେ । ଖବର ପାଇ ରାମବାବୁଙ୍କ ସଂର୍ପକୀୟ ଆସି ପଂହଚି ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳର ଥାନା ପୋଲିସ, ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି ।

Udyog Nursery
Udyogi Nursery

ରାମବାବୁ ଉପର ମହଲା ଘରେ ରହୁଥିବା ବେଳେ ତଳ ଘରେ ଇମ୍ଫା କାରଖାନାର ଲୋକ ସଂପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ରହୁଥିଲେ । ସେ ମଧ୍ୟ ଅନୁପସ୍ଥିତ ରହିଥିବାରୁ ତାଙ୍କ ଘର ତାଲା ମଧ୍ୟ ଭାଙ୍ଗି ର୍ଦୁବୁର୍ତ୍ତମାନେ ଘରେ ପଶି ଥିବା ବେଳେ କେତେ କଣ ଚୋରି ହୋଇଛି ତାହା ଜଣାପଡିନାହିଁ । ରାୟଗଡାରେ ଗତ ଏକ ମାସ ମଧ୍ୟରେ ଚୋରି,ଡକାୟତି ସହ ମହିଳା ମାନଙ୍କ ବେକରୁ ସୁନାଚେନ ଝାମ୍ପି ନେବା ଭଳି ଘଟଣା ଘଟିବାରେ ଲାଗିଛି ।

ଅପରପକ୍ଷେ ପୋଲିସ ଅନେକ ମାମଲାରୁ ଗୋଟିଏ ମାମାଲାରେ ସଫଳ ପାଉଥିବା ବେଳେ ପୁଣି ଏକାଧିକ ଚୋରି ମାମାଲା ସାମ୍ନାକୁ ଆସିଯାଉଛି । ଏକ ପ୍ରକାର କହିବାକୁ ଗଲେ ସହରରେ ଦିବାରାତ୍ରକାଳରେ ପୋଲିସର ପେଟ୍ରାେଲିଂ ବ୍ୟବସ୍ଥା ସହରବାସୀକୁ ଦୁର୍ବୁତ୍ତଙ୍କ କବଳରୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ନେଇ ବୁଦ୍ଧିଜୀବିମାନେ ମତ ପ୍ରକାଶ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.