UKରେ ଯୁବକବି ଜୟଦ୍ରଥ ସୁନାଙ୍କ କବିତା ସ୍ଥାନିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଯୁବକବି ଜୟଦ୍ରଥ ସୁନାଙ୍କ ଦ୍ଵିତୀୟ କବିତା ସଂକଳନ ‘ନିଆଁଧରା’ର ଗୋଟେ କବିତା ‘ଅଣ୍ଟିଏ ଭୋକର ଗୀତ’ (Elegy for Bundles of Hunger) UKର ଏକ ମର୍ଯ୍ୟାଦା ସମ୍ପନ୍ନ ପତ୍ରିକାରେ ପ୍ରକାଶିତ ହେଇଛି। ଏହି ଓଡ଼ିଆ କବିତାକୁ ଅନୁବାଦ କରିଛନ୍ତି ହାଇଦ୍ରାବାଦରେ ଅବସ୍ଥାନ କରୁଥିବା ବିଶିଷ୍ଟ ଅନୁବାଦକ ତଥା ଇଂରାଜୀ କବି ପିତାମ୍ବର ନାଏକ। ଏହି ଖବର ପ୍ରସାରିତ ହେବା ପରେ କଳାହାଣ୍ଡି ଯୁବଗୋଷ୍ଠୀରେ ଏକ ଖୁସିର ଝଲକ ଦେଖିବାକୁ ମିଳିଛି। ଜୟଦ୍ରଥଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି।ଏହି ପତ୍ରିକାର ସମ୍ପାଦକ କ୍ଲାରାବେଲେ ମିରା ଫିଲ୍ଡସ୍।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.