କଳାହାଣ୍ଡି ରେଳ ବିକାଶ ପାଇଁ ୫ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଦାବୀକଲା କଳାହାଣ୍ଡି ରେଳ ଯାତ୍ରୀ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ରେଳ ଯାତ୍ରୀ ସଂଘ ତରଫରୁ ଆଜି ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଜି.ଏମ ପୂର୍ବ ରେଳବାଇ ଭୁବନେଶ୍ୱରଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି। ଏହି କ୍ରମରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ରେଳବାଇ ବିକାଶ ପାଇଁ ଅନ୍ୟୁନ ୫ହଜାର କୋଟି ଟଙ୍କାର ବ୍ୟୟବରାଦ କରିବାପାଇଁ ନିବେଦନ କରାଯାଇଛି। ସୂଚନା ଯୋଗ୍ୟ ଯେ, ୨୦୧୮ ମସିହାରେ ଯେତେବେଳେ ସଂସଦରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏସପ୍ରେସନାଳ ଡିଷ୍ଟ୍ରିକ ଏ.ଡି.ପି ବା ଆକାଂକ୍ଷୀ ଘୋଷଣା କଲେ ସେ ସମୟରେ ଭାରତ ବର୍ଷର ୧୧୨ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷଣା କରିଥିଲେ। ଏହାର ମୁଖ୍ୟ ବୈଶିଷ୍ଟ୍ୟ ଏହା ଥିଲା ଯେ, ୧୧୨ଟି ଜିଲ୍ଲା ଭାରତ ବର୍ଷର ଅତି ପଛୁଆ ଜିଲ୍ଲା ବା ଅଣ୍ଡର ଡେଭଲପମେଣ୍ଟ ରେଜିମେଣ୍ଟ ଅଫ ଦିସ କଣ୍ଟ୍ରି କହି ସଂସଦରେ ନିଜର ବକ୍ତବ୍ୟ ରଖିକି ଏ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଫୋକସ ଦେଇଥିଲେ। ତେଣୁ ନିତି ଆୟୋଗ ବିଭିନ୍ନ ମାପଦଣ୍ଡରେ ମେପିଙ୍ଗକରି ଆସିଛି ଉକ୍ତ ଜିଲ୍ଲା ମାନଙ୍କରେ, କିନ୍ତୁ ଗତ ଫାଇନାନ୍ସ ବଜେଟକୁ ଯେଉଁଟା ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନ ରଖିଲେ, ସେ ବଜେଟ ରେ କଳାହାଣ୍ଡି ନୂଆପଡା ଜିଲ୍ଲାର ବା କେ.ବି.କେ ଏରିଆକୁ ରାଷ୍ଟ୍ରୀୟ ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ କୌଣସି ପ୍ରକାର ପ୍ରାବଧାନ ଅତି ଦୁଃଖ ଓ ପରିତାପର ବିଷୟ। ସୂଚନା ଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଳାହାଣ୍ଡି, ନୂଆପଡାର କେ.ବି.କେ ଅଞ୍ଚଳ ଆସିକି ପ୍ରତ୍ୟକ୍ଷ ଭାବରେ ଏଠି ସାମିଲ ହୋଇକି ଲୋକଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇ ଏ ଅଞ୍ଚଳର ବିଭିନ୍ନ ରେଳବାଇ ବିକାଶ ପ୍ରୋଜେକ୍ଟକୁ ଯାହା ଗତ ୭୫ ବର୍ଷରୁ ରହିଯାଇଛି ତାକୁ ତରାନ୍ୱିତ କରିବା ପାଇଁ ବିଭିନ୍ନ ସମୟରେ ପ୍ରତିଶୃତି ଦେଇଥିଲେ। ଏହି କ୍ରମରେ କଳାହାଣ୍ଡିର ବହୁ ଚର୍ଚ୍ଚିତ ନର୍ଲା ୱାଗନ ଫେକ୍ଟ୍ରି, କଳାହାଣ୍ଡି ଜୁନାଗଡ଼ ଅମ୍ବାଗୁଡ଼ା ପ୍ରୋଜେକ୍ଟକୁ ରାଷ୍ଟ୍ରୀୟ ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ଯାହା ଦୀର୍ଘ ଦିନରୁ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଦାବୀ ହୋଉଥିଲା। କଳାହାଣ୍ଡି ଜିଲ୍ଲା ନୂଆପଡା ଜିଲ୍ଲାର ଖଡିଆଲ ଏବଂ ଧର୍ମଗଡ଼କୁ ସଂଯୋଗ କରିବା, କଣ୍ଟାବାଞ୍ଜି ଖଡ଼ିଆଳ, ନବରଙ୍ଗପୁରକୁ ସଂଯୋଗ କରିବା ଆଦି ଦାବୀ କରାଯାଇଥିଲା। ଏଥିପାଇଁ କଳାହାଣ୍ଡି ରେଳ ଯାତ୍ରୀ ସଂଘ ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲଙ୍କର ଏକ ସ୍ମାରକ ପତ୍ର ଆଜି ପୂର୍ବ ରେଳବାଇ ଜି.ଏମ ଭୁବନେଶ୍ୱରଙ୍କର ଜରିଆରେ କଳାହାଣ୍ଡି ନୂଆପଡା ଜିଲ୍ଲାର ରେଳବାଇ ବିକାଶ ପାଇଁ ୫ହଜାର କୋଟି ଟଙ୍କାର ବ୍ୟୟ ବରାଦ ଦାବୀନେଇ ମାନ୍ୟବର ରେଳମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟଯେ,ଏହାର ପ୍ରତିଲିପି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ମୁଖ୍ୟ ସାଶନ ସଚିବ ଓଡିଶା ସରକାର, କଳାହାଣ୍ଡି ନୂଆପଡା ମାନ୍ୟବର ସାଂସଦ, ବିଧାୟକ ତଥା କଳାହାଣ୍ଡି ନୂଆପଡା ଜିଲ୍ଲାପାଳ ଏବଂ ରେଳବାଇ ସମ୍ବଲପୁର ଡ଼ି.ଆର.ଏମଙ୍କୁ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.