ବିଦ୍ୟୁତ ଶିଳ୍ପ ପାଇଁ ୧୨ମିମି ଆଲୁମିନିୟମ ତାରର ଶୁଭାରମ୍ଭ କଲା ବେଦାନ୍ତ ଆଲୁମିନିୟମ 

• ଆନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ ୨୦୨୩ରେ ଏହି ଉତ୍ପାଦର ପ୍ରଦର୍ଶନ କରାଯାଇଥିଲା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଆନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ ୨୦୨୩ରେ ବିଦ୍ୟୁତ ଶିଳ୍ପ ପାଇଁ ୧୨ ମିମି ଆଲୁମିନିୟମ ତାର ଶୁଭାରମ୍ଭ କରିଛି। ୫୬୦ କିଲୋ ଟନ ଉତ୍ପାଦନ କ୍ଷମତା ସହିତ ଏହାର କାର୍ଯ୍ୟ ପରିସର ରହିଛି। ସାଉଥଓୟାର (ଯୁକ୍ତରାଷ୍ଟ୍ର) ଏବଂ କଂଟିନିୟସ ପ୍ରପର୍ଟି (ଇଟାଲି)ର ବୈଷୟିକୀ ବେଦାନ୍ତ ଆଲୁନିୟମ ହେଉଛି ଏକ ଉଚ୍ଚ ଗୁଣାତ୍ମକ ବୈଦ୍ୟୁତିକ କଣ୍ଡକ୍ଟର ଗ୍ରେଡ ତାର ଯାହା ବିଦ୍ୟୁତ ଶିଳ୍ପ ପାଇଁ ଗୁରୁତ୍ଵପୂର୍ଣ୍ଣ ପ୍ରୟୋଗ ହେବ। ଏହା ବ୍ୟତୀତ ଟ୍ରାନସମିଶନ ଓ ବିତରଣ ନେଟୱର୍କ, କଏଲ ଓ ଓ୍ବାଇଡିଂ, ଉତପ୍ତ ଓ କୁଲିଂ ଟ୍ୟୁବ ପାଇଁ କେବୁଲ ତିଆରି କରାଯାଇ ପାରିବ।

ଝାରସୁଗୁଡ଼ା ଓ ବାଲକୋ (ଛତିଶଗଡ଼)ର କଂପାନିର ଆଲୁମିନିୟମ ସ୍ମେଲଟରରେ ଅତ୍ୟାଧୁନିକ ପ୍ରପର୍ଜି କ୍ରମାଗତ କାର୍ଡିଂ ଟେକନୋଲୋଜି ବ୍ୟବହାର କରି ବେଦାନ୍ତର ୧୨ ମିଲିମିଟର ତାର ପ୍ରସ୍ତୁତ କରିଛି। ଟ୍ରାନସଫର୍ମର, ଅଟୋମୋବାଇଲ ଓ ଆହୁରି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ। ଏହି ତାର ଗୁଡ଼ିକ ବେଦାନ୍ତର ଟପ୍ ଅଫ ଲାଇନ ଅଫର ପାଇଁ ତାର ସେଗମଂଟରେ ସର୍ବଶେଷ ଉତ୍ପାଦ ଯେଉଁଥିରେ ୭.୬ ମିମି ଓ ୧୫ ମିମି ଇସି ଗ୍ରେଡ ତାର ରଡ, ଆଲୟ ତାର ଓ ଫ୍ଲିପ କଏଲ ଅନ୍ତର୍ଭୁକ୍ତ।

ଏହାର ମିଲିରେ ନିର୍ମିତ ଉଚ୍ଚ ସଠିକତା ସ୍ୱୟଂଚାଳିତ ଗୁଣ ସହ ବେଦାନ୍ତ ଆଲୁମିନିୟମ ଦ୍ଵାରା ଉତ୍ପାଦିତ ଏହି ତାର ଗ୍ରାହକଙ୍କ ଆବଶ୍ୟକତା ଉପରେ ଆଧାର କରି ପ୍ରସ୍ତୁତ ହେଉଛି। ଏଥିରେ ୧୦୦% ପ୍ରାଥମିକ ଆଲୁମିନିୟମ ଓ ଉତ୍କୃଷ୍ଟ ଧାତୁର ସମନ୍ଵୟତା ବିଶ୍ବସ୍ତରୀୟ ସାଥୀମାନଙ୍କ ମଧ୍ୟରେ ସମତୁଲ କରାଇବ। ଭାରତୀୟ ବଜାରରେ ୧୨ ମିମି ତାରର ସମୀକ୍ଷା ଅତ୍ୟନ୍ତ ଉତ୍ସାହ ଜନକ ଓ କଂପାନି ବର୍ତମାନ ଏହି ଉତ୍ପାଦ ପାଇଁ ତାର ରପ୍ତାନି ବଜାରକୁ ବଢାଇବାକୁ ଚାହୁଁଛି।

ଏହି ଉତ୍ପାଦକୁ ଉନ୍ମୋଚନ କରି ଶ୍ରୀ ରହୁଲ ଶର୍ମା, ସିଇଓ- ଆଲୁମିନିୟମ ବ୍ୟବସାୟ, ବେଦାନ୍ତ ଲିମିଟେଡ କହିଛନ୍ତିଯେ-୧୨ ମିମି ଓୟାର ରତ ଆମ ଉଦ୍ୟୋଗ ପାଇଁ ଏକ ସର୍ବଶେଷ ଅଫର ଓ ଏହାକୁ ଶୁଭାରମ୍ଭ କରି ଆମେ ଆନନ୍ଦିତ। ବିଶ୍ବସ୍ତ ଓ ନିର୍ମଳ ଶକ୍ତି ପାଇବା ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ଅଟେ। ଯେକୌଣସି ଦେଶ ଓ ଏହାର ଲୋକମାନଙ୍କ ପାଇଁ ଏହା ଦ୍ବାରା ଅର୍ଥନୈତିକ ବିକାଶ ସାଧିତ ହୋଇ ପାରିବ। ବୈଦ୍ୟୁତିକ ଶିଳ୍ପ ପାଇଁ ଏହାର ଗୁରୁତ୍ବ ସର୍ବାଧିକ ରହିବ। ବେଦାନ୍ତ ଆଲୁମିନିୟମ ଦୀର୍ଘ ଦିନରୁ ବିଜୁଳି ଶିଳ୍ପ ପାଇଁ ପସନ୍ଦର ଯୋଗାଣକାରୀ ଭାବରେ ରହି ଆସିଛି । ତେଣୁ ଆମେ ସେମାନଙ୍କ ବ୍ୟବସାୟକୁ ସମର୍ଥନ କରିବା ଲାଗି ୩୬୦ ଡିଗ୍ରୀ ସମାଧାନ ଆକାରରେ ଏକ ବଣ୍ଡଲ ସୁବିଧା ଯୋଗାଇ ପାରିବୁ । ୧୨ ମିମି ଓୟାର ରଡର ଶୁଭାରମ୍ଭ ବର୍ତମାନ ପାଇଁ ଏକ ଉଦୀୟମାନ ଆବଶ୍ୟକତା।

ଏକ ସ୍ଥିର- ସଚେତନ ବିଶ୍ଵରେ ଆଲୁମିନିୟମର ଅଧିକ ପ୍ରୟୋଗ ସମ୍ଭାବନାକୁ ନେଇ ବେଦାନ୍ତ ଆଲୁମିନିୟମ ଏକ ସଂଟର ଅଫ ଏକ୍ସିଲେଳନସ ଉପରେ ଧ୍ୟାନ ଦେଉଛି। ଏହାର ଆରଆଣ୍ଡତି, ନବ ସୃଜନ, ଅପରେସନ, ମାର୍କେଟିଂ ଓ ବିଶ୍ବସ୍ତରୀୟ ବୈଷୟିକ ଜ୍ଞାନ କୌଶଳକୁ ପ୍ରୟୋଗ କରୁଛି ଓ ନୂଆ ପୀଡ଼ି ପାଇଁ ଏକ ଉଜ୍ଜ୍ଵଳ ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରୁଛି।

ନିକଟରେ କଂପାନି ବେଦାନ୍ତ ଆଲୁମିନିୟମ ପାର୍କ ଘୋଷଣା କରିଛି, ଯାହା ଏହାର ଝାରସୁଗୁଡ଼ା ସ୍ମେଲଟର ପାଇଁ ଏକ ଉଜ୍ଜ୍ବଳ ସମ୍ଭାବନା ସୃଷ୍ଟି କରିବ। ଏଠାରେ ବିଭିନ୍ନ କଂପାନି ଗୁଡ଼ିକ, ବୈଦ୍ୟୁତିକ ସେଗମଂଟ ସହ ସେମାନଙ୍କ ଉତ୍ପାଦନ ୟୁନିଟ ସ୍ଥାପନ କରିପାରିବେ। ଏଠାରୁ ମଧ୍ୟ ସଂଟର ଅଫ ଏକ୍ସଲେନସ, ଷ୍ଟାଟୟଅପ ଓ ଗ୍ଲୋବାଲ ଏକ୍ସପର୍ଟମାନଙ୍କ ଇକୋ ସିଷ୍ଟମ ଓ ଅନ୍ୟାନ୍ୟ ସୁବିଧା ମିଳିପାରିବ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା। ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି। ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.