ନର୍ଲାରେ ଫାଲେରିଆ ନିରାକରଣ ଅଭିଯାନର ଉଦ୍ଘାଟନୀ ସମାରୋହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାଲେରିଆ ରୋଗର ନିରାକରଣ ନିମନ୍ତେ ସକାଳ ୯ ଘଣ୍ଟା ସମୟରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଞ୍ଜନ ମିତ୍ର ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ଶୁଭ ଉଦଘାଟନ କରିବା ସହ ଫାଲେରିଆ ରୋଗ ର ଲକ୍ଷଣ, ଏହାର ଉପଚାର ଓ ନିରାକରଣ ବିଷୟରେ ବିସ୍ତ୍ରୁତ ଭାବରେ ବୁଝାଇଥିଲେ । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଡ଼ ଭେଲୁ, ଜିଲ୍ଲା ଭିବିଡ଼ି କଂସଲଟେଣ୍ଟ ସନ୍ତୋଷ ବାଗ, ନର୍ଲା ବିପିଏମ ସବୀର ପଧାନ, ନର୍ଲା ଭିବିଡ଼ି ଦେବାଶିଷ ଭୋଇ ପ୍ରମୁଖ ଉପସ୍ଥିତ ରହି ଫାଲେରିଆ ର ନିରାକରଣ ବୁଝାଇବା ସହିତ ନର୍ଲା ର ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ନର୍ଲା ବ୍ଲକ ଅଂଚଳର ସମସ୍ତ ଗାଁ କୁ ଗାଁ, ଘରକୁ ଘର ଯାଇ ପ୍ରତିଦିନ ୨ ବର୍ଷ ବୟସରୁ ଉର୍ଦ୍ଧ୍ବ ୧୨୦ ଜଣଙ୍କୁ ଡିଇସି ଓ ଅଳବେଣ୍ଡାଜୋଲ ଔଷଧ ପ୍ରଦାନ କରିବେ । ଏହା ଆଜି ଶୁକ୍ରବାର ୧୦/୨ ରୁ ୧୯/୨ ଯାଏଁ ଚାଲିବ ବୋଲି ସୂଚନା ମିଳିଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ନର୍ଲା ରେ ଫାଲେରିଆ ରୋଗୀଙ୍କ ସଂଖ୍ୟା ୨ ପ୍ରତିଶତ ରେ ପହଞ୍ଚି ଯାଇଥିବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ଧିକାରୀ ମାନେ ଚିନ୍ତା ପ୍ରକଟ କରିବା ସହ ଏହାର ତୁରନ୍ତ ନିରାକରଣ ନିମନ୍ତେ ସମସ୍ତେ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ସିଡିଏମଓ ଶ୍ରୀ ମିତ୍ର କହିଥିଲେ । ନର୍ଲା ବିପିଏମ ସବୀର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପିଏଚଇଓ ବିମଲ ଚନ୍ଦ୍ର ଦୀପ ମଞ୍ଚ ସଂଯୋଜନା କରିଥିଲେ । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.