ମନି ଲଣ୍ଡରିଂ ମାମଲାରେ NSE ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣନଙ୍କୁ ଜାମିନ ଦେଲେ ଦିଲ୍ଲୀ ହାଇକୋର୍ଟ


ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଷ୍ଟକ୍ ଏକ୍ସଚେଞ୍ଜ୍‌ର((NSE) ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣନଙ୍କୁ ଜାମିନ। ଗୁରୁବାର ଦିଲ୍ଲୀ ହାଇକୋର୍ଟ ଆର୍ଥିକ ହେର୍‌ଫେର୍ ମାମଲାରେ ଚିତ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। NSE କର୍ମଚାରୀଙ୍କର ଫୋନ୍ ଟ୍ୟାପିଂ ଅଭିଯୋଗ ହୋଇଥିଲା। ଏଥରେ ସେ ଆର୍ଥିକ ହେର୍‌ଫେର୍ ବି କରିଥିଲା। ପୂର୍ବରୁ ତାଙ୍କୁ ଫୋନ୍ ଟ୍ୟାପିଂ ମାମଲାରେ ବେଲ୍ ମିଳିଥିବା ବେଳେ ଆଜି ମନି ଲଣ୍ଡରିଂ ମାମଲାରେ ଜାମିନ ଦେଇଛନ୍ତି ଦିଲ୍ଲୀ କୋର୍ଟ।

ଏବେ ଜାଣନ୍ତୁ ମାମଲା କଣ?

ଏହା ପୂର୍ବରୁ ଆର୍ଥିକ ହେର୍‌ଫେର୍ ମାମଲାରେ ଦିଲ୍ଲୀ ହାଇକୋର୍ଟ ବେଲ୍ ଦେବାକୁ ମନା କରିଦେଇଥିଲେ। ଏନେଇ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଥିଲେ ଯେ isec ହେଉଛି ଏକ ସାଇଭର ସିକ୍ୟୁରିଟି ଫାର୍ମ। ଯାହା ବେଆଇନ ଭାବେ NSE କର୍ମଚାରଙ୍କ ଫୋନ୍ ଟ୍ୟାପ୍ କରି ୪.୫୪ କୋଟି ଆୟ କରିଛି। ସାଇବର ବିପଦରୁ ରକ୍ଷା କରିବା ଆଳରେ isec ଫାର୍ମ NSE କର୍ମଚାରୀଙ୍କ ଫୋନ୍ କଲ୍‌କୁ ବେଆଇନ ଭାବେ ଟ୍ୟାପ୍ କରିଛି।

ବେଆଇନ କାର୍ଯ୍ୟ କରି ଟଙ୍କା କମାଇବାକୁ isecକୁ ଅନୁମତି ଦେଇଥିବାରୁ NSEକୁ ଆର୍ଥିକ କ୍ଷତି  ସହିବାକୁ ପଡ଼ିଥିଲା ବୋଲି କୋର୍ଟ କହିଥିଲେ। ଯେତେବେଳେ isec ଓ ଏନ୍‌ଏସ୍‌ଇ ମଧ୍ୟରେ ଚୁକ୍ତି ହୋଇଥିଲା ସେତେବେଳେ ଏହି ଘରୋଇ ସଂସ୍ଥାର ପ୍ରତିନିଧିତ୍ୱ କରୁଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେ।

ଏହି ଘଟଣାରେ ସିବିଆଇ ପୂର୍ବତନ ଏନ୍‌ଏସ୍‌ଇ ମୁଖ୍ୟ ଚିତ୍ରା ରାମକ୍ରିଷ୍ଣନଙ୍କୁ ଏବଂ ରବୀ ନାରାୟଣଙ୍କୁ ସନ୍ଦେହ କରିଥିଲା। NSE କର୍ମଚାରୀ ପ୍ରକୃତର ଷ୍ଟକ୍‌କୁ ନେଇ ଆଲୋଚନା କରୁଥିଲେ ନା ତଥ୍ୟ ଲିକ୍ କରୁଥିଲେ ତାହା ଖୋଜିବାକୁ ଚେଷ୍ଟା କରିଥିଲା ସିବିଆଇ।

ଗତବର୍ଷ ମାର୍ଚ୍ଚ ମାସରେ ଚିତ୍ରାଙ୍କୁ ଗିଫ କରିଥିଲା ସିବିଆଇ। କୋର୍ଟ ଚିତ୍ରାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ସିବିଆଇ ତାଙ୍କୁ କଷ୍ଟୁଡିକୁ ନେଇଥିଲା। ଚିତ୍ରା ୨୦୧୩ରୁ ୨୦୧୬ ମଧ୍ୟରେ ଏନ୍‌ଏସ୍‌ଇ ସିଇଓ ଥିଲେ। ଅଭିଯୋଗ ଅନୁସାରେ NSEକୁ ନେଇ ଏହି ଯାସୁସୀ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ହୋଇଥିଲା। ଏହାପରେ ସ୍ନୁପିଂ ମେସିନ୍‌କୁ ନଷ୍ଟ କରିଦିଆ ଯାଇଥିଲା।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.