ବାଲିଯାତ୍ରାର ମଧ୍ୟବର୍ତ୍ତୀ କାଳୀନ ପୂଜା, ଗାଁ ପରିଭ୍ରମଣରେ ପୋଢ଼ ଓ ବିହନ ମଗା କାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଦିର୍ଘ ୩୧ ବର୍ଷ ପରେ ପଣ୍ଡରା ଭିମା ଦେବଙ୍କ ବାଲିଯାତ୍ରା ଆଦିବାସୀ ପରମ୍ପରାରେ ପାଳିତ ହେଉଛି। ଗତ ମାସ ୧୫ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ ଶନିବାର ବାଲିଯାତ୍ରାର ମଧ୍ୟବର୍ତ୍ତୀ କାଳୀନ ପୋଢ଼ ପରିକ୍ରମା ଓ ବିହନ ମଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ସକାଳୁ ବାଲିଘର ନିକଟରୁ ଦେବା ଦେବୀ ମାନଙ୍କ ସହିତ ବଳି ପାଇଁ ପ୍ରସ୍ତୁତି ଥିବା ପୋଡ଼କୁ ଗାଁ ପରିକ୍ରମା କରାଯାଇ ବିହନ ସଂଗ୍ରହ କରାଯାଇଥିଲା। ଏହି ସମୟ ମଧ୍ୟରେ ଗ୍ରାମର ପ୍ରତ୍ୟେକ ଘରେ ପୋଢ଼ କୁ ସ୍ବାଗତ କରିବା ସହିତ ବନ୍ଦାପନା କରି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ଧାନ ବିହନ ପ୍ରଦାନ କରିଥିଲେ। ଗାଁ ପରିକ୍ରମା କରି ବାଲିଘର ନିକଟକୁ ପୁଣି ଦେବାଦେବୀ ମାନେ ଫେରିଆସିଥିଲେ। ଏହିଯାତ୍ରା ପାଳନ କଲେ ଗାଁ ର ମଙ୍ଗଳ ହେବା ସହିତ ସମସ୍ତେ ସୁଖ ଶାନ୍ତିରେ ରୁହନ୍ତି ଓ ଆଗାମୀ ଋତୁରେ ଚାଷ ଅମଳ ଭଲ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଆସନ୍ତା ୧୪ ତାରିଖରେ ପୋଢ ପୁଜା, ଭିମା ଖୁଣ୍ଟ ସ୍ଥାପନ ଓ ପୋଢ଼ ବଳୀ ଦିଆଯିବା ର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ୧୫ ତାରିଖରେ ଭିମା ଦେବଙ୍କ ବିବାହ ଓ ବାଲି ଯାତ୍ରା ଉତ୍ସବ ଉଦଯାପନୀ ହେବାନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.