କୋଟି କୋଟି ଟଙ୍କା ଖର୍ଚ୍ଚ କରି କଲେ ଅସ୍ତ୍ରୋପଚାର: ରଚିଲେ ବିଶ୍ୱ ରେକର୍ଡ଼, ହେଲେ ଚେହେରା ଦେଖି ଏବେ ଲୋକେ କରୁଛନ୍ତି ଭୟ….

ନିଜକୁ ସୁନ୍ଦର କରିବା ପାଇଁ ଆଗ୍ରହ ସହ ସେ ଉଦ୍ୟମ ଆରମ୍ଭ କଲେ । ଏଥିପାଇଁ ଏକାଧିକବାର ତାଙ୍କୁ ଶରୀରରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା । ତାହାସହିତ ପାଣି ପରି ପଇସା ବି ଖର୍ଚ୍ଚ କଲେ । ହେଲେ ଫଳ ହେଲା ଓଲଟା । ଏବେ ତାଙ୍କ ଶରୀର ଏମିତି ଆକୃତି ହୋଇଯାଇଛି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି । ଘଟଣାଟି କ’ଣ ଜାଣନ୍ତୁ ।ସ୍ୱିଡେନର ଜଣାଶୁଣା ମଡେଲ ନତାଶା କ୍ରାଉନ୍ । ନିଜକୁ ଅନ୍ୟ ମଡ଼େଲଠାରୁ ଭିନ୍ନ କରିବାକୁ ଚାହିଁଲେ । ଦୁନିଆର ସବୁଠୁ ଚଉଡ଼ା ଅଣ୍ଟା ଥିବା ମହିଳା ଭାବରେ ନିଜର ପରିଚୟ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଲେ ଓ ଏଥିପାଇଁ ଚେଷ୍ଟା ବି ଜାରି ରଖିଲେ । ଯେତେବେଳେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା ସେତେବେଳେ ନିଜ ଶରୀରକୁ କଷ୍ଟ ଦେଇ ପ୍ରଥମ ଅସ୍ତ୍ରୋପଚାର କଲେ । ତାପରେ ଲଗାତର ୬ ଥର ଅସ୍ତ୍ରୋପଚାର କଲେ । ନିଜ ଚେହେରାକୁ ପରିବର୍ତ୍ତନ କରିବାକୁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କଲେ । ଶେଷରେ ସଫଳତା ପାଇବା ସହ ଦୁନିଆର ସବୁଠୁ ଚଉଡ଼ା ଅଣ୍ଟା ଥିବା ମହିଳା ଭାବେ ପରିଚିତ ହୋଇଗଲେ । ଏହାକୁ ନେଇ ନତାଶା ବହୁତ ଖୁସି ହେଲେ ସତ, କିନ୍ତୁ ତାଙ୍କ ଶରୀର ଏତେ ଭୟଙ୍କର ହୋଇଗଲା ଯେ, କୌଣସି ପୁରୁଷ ତାଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଲେ ନାହିଁ । ଏହା ତାଙ୍କ ଜୀବନର ବଡ଼ ଦୁଃଖ ରହିଗଲା । ତାଙ୍କ ଚେହେରାକୁ ଦେଖିଲେ ଅନେକ ଲୋକ ଭୟ କରୁଥିବା ସେ ନିଜ ଅନୁଭବରୁ କୁହନ୍ତି । ମୋଟ ଉପରେ ସେ ନିଜର ପରିଚୟ ସିନା ସୃଷ୍ଟି କରିଦେଲେ, ହେଲେ ଏପର୍ଯ୍ୟନ୍ତ ଅବିବାହିତା ରହିଗଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.