ରିଷିଡା ଶିଶୁମନ୍ଦିରରେ ମାତୃଭାଷା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ମାତୃଭାଷା ଦିବସ ପାକିତ ହୋଇଯାଇଛି l ଏଥିରେ ବ୍ଲକ ଅଧ୍ୟକ୍ଷl କୁନି ସାହୁ ମୁଖ୍ୟ ଅତିଥି, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା, ସମାଜସେବୀ ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃଭାଷାର ସୁରକ୍ଷା ଓ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ l ପ୍ରଭାରୀ ପ୍ରଧାନଚାର୍ଯ୍ୟ ବାସୁଦେବ ସେଲମା ସ୍ୱାଗତ ଭାଷଣ ଦେବା ସହ ସଭା ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ନେମିଚାନ୍ଦ ଜୈନ, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ ମଂଚାସୀନ ଥିଲେ l ସଭା ସଂଯୋଜନା କୁବେର ନାଗ କରିଥିବା ବେଳେ ପରୀକ୍ଷିତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l ଲାଲୁ, ପ୍ରସନ୍ନ, ରଞ୍ଜନ, ପ୍ରଦୀପ, ନିର୍ମଳ, ବିବେକ, ରୁବି, ଝୁନି, ଶଙ୍କର, ସୁରେଶ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.