ମାତୃଭାଷା ଦିବସରେ ଭାଷା ପ୍ରୋତ୍ସାହନ ସଂସ୍ଥା ଦ୍ବାରା ଛବିଳ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ମାତୃଭାଷା ଦିବସ ଅବସରରେ ଭାଷା ପ୍ରୋତ୍ସାହନ ସଂସ୍ଥା, ସୁବର୍ଣ୍ଣପୁର ଆନୁକୂଲ୍ୟରେ ଇ-ମୋଡେଲ ପବ୍ଲିକ ସ୍କୁଲ ସୋନପୁର ପରିସରରେ ସ୍ଥାନୀୟ ଶାନ୍ତିନଗର ବସ୍ତି ଅଞ୍ଚଳର ଛୋଟଛୋଟ ଶିଶୁ ମାନଙ୍କୁ ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ନିମନ୍ତେ ଛବିଳ ମଧୁ ବର୍ଣ୍ଣବୋଧ ବହି ବଣ୍ଟନ ର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମିତି ର ସଭାପତି ଶ୍ରୀଯୁକ୍ତ କ୍ଷିର ସାଗର ବିଭାର କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ମାତୃଭାଷା ର ଗୁରୁତ୍ୱ ସମ୍ପର୍କରେ ଅବଗତ କରିଥିଲେ l ଉପସ୍ଥିତ ସଭାରେ ଶିକ୍ଷକ କରୁଣାକର ଖୁରା, ଦିନେଶ ପାଣ୍ଡଵ, ଶିବାନୀ ଡାକୁଆ, ତପସ୍ୱିନୀ ମେହେର, ସୁରେଶ କୁମାର ପ୍ରଧାନ, ପ୍ରିୟଙ୍କା ବିଭାର, ପ୍ଲାବିନି ନାଇକ, ସହ ଅନୁଷ୍ଠାନ ର ଅନେକ ସଭ୍ୟ, ସଭ୍ୟା ଉପସ୍ଥିତ ରହି ସହଯୋଗ ଜରିଥିବାବେଳେ ଶିକ୍ଷକ ରୋହିତ କୁଆଁର ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.