ପାକିସ୍ତାନର ହାଲ୍ ହେଲାଣି ବେହାଲ୍; ଶ୍ରୀଲଙ୍କା ଭ‌ଳି ହେବ ପରିସ୍ଥିତି

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ। ୨୦ ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ କି ନାହିଁ, ସେ ନେଇ ପ୍ରଶ୍ନ ଉଠିବା ସହ କଣ ନିର୍ବାଚନ ଦେଶର ଅବସ୍ଥା ନିଶଏହା ଦ୍ବାରା ସୁଧିରିବ, ସେନେଇ ମଧ୍ୟ କିଛି ନିଶ୍ଚିତ ସମ୍ଭାବନା ନାହିଁ। ଗୋଟିଏ ପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ଥିବା ବେଳେ, ପାକିସ୍ତାନ ପାଖରେ ବିଦେଶୀ ମୁଦ୍ରା ନଥିବା, International Monetary Fund – IMF ସମେତ ବାହାରୁ ଆର୍ଥିକ ସାହାଯ୍ୟ ନମିଳିବା ଯୋଗୁଁ ପାକିସ୍ତାନରେ ଏବେ ହାହାକାର। ଏସବୁର ପ୍ରଭାବ, ଲୋକଙ୍କ ଜୀବନଯାପନକୁ ଦୁର୍ବିସହ କରିସାରିଲାଣି। ପ୍ରତିଦିନ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ପାକିସ୍ତାନର ସାଧାରଣ ନାଗରିକ। ୫୦ ବର୍ଷ ଭିତରେ ଏଭଳି ଆର୍ଥିକ ମାନ୍ଦାବସ୍ଥା ଓ ଦୁର୍ଦ୍ଦିନ ଦେଖିନିଥିବା ପାକିସ୍ତାନ ଏବେ ବିଦେଶୀ ସାହାଯ୍ୟ ଆଶାରେ ଅନାଇ ବସିଛି। ମହଙ୍ଗା ମାଡରେ ଏବେ ଦୈନନ୍ଦିନ ଚଳିଣି ମଧ୍ୟ କଷ୍ଟକର ହୋଇପଡିଛି। ରିପୋର୍ଟ ଅନୁସାରେ ଏବେ ପାକିସ୍ତାନରେ ଚାଉଳ ୨୦୦ ଟଙ୍କା କିଲୋ, କ୍ଷୀର ୧୫୦ ଟଙ୍କା ଲିଟର, ଅଟା ୧୨୦ ଟଙ୍କା କେଜି ଓ ପେଟ୍ରୋଲ ୨୫୦ ଟଙ୍କାରେ ବିକ୍ରୀ ହେଉଛି। ସେପଟେ ଡଲାର ମୁକାବିଲାରେ ପାକିସ୍ତାନ ଟଙ୍କା ଖସି ୨୮୩ରେ ପହଞ୍ଚିଛି। ପାକିସ୍ତାନରେ ସୁରକ୍ଷା ମଧ୍ୟ ବଡ଼ ସମସ୍ୟା ତେଣୁ ଏଣୁ ଦେଶରେ ସାଧାରଣ ନିର୍ବାଚନ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ, ସାଧରଣ ନିର୍ବାଚନ କରି ଦେଶର ଅବସ୍ଥା ସୁଧାରିବାକୁ ପ୍ରୟାସ ପାକିସ୍ତାନ ପାଇଁ ସକରାତ୍ମକ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ଆଉ ଯଦି ଏଭଳି ଅବସ୍ଥା ଲାଗିରହେ, ତେବେ ଅରାଜକତା ବଢି଼ବା ସହ ଲୋକେ ଆଇନକୁ ହାତକୁ ନେବାକୁ ମଧ୍ୟ ପଛାଇବେ ନାହିଁ। ଯାହାକି ଶ୍ରୀଲଙ୍କା ଭଳି ପରିସ୍ଥିତିକୁ ଜନ୍ମ ଦେବ ବୋଲି ଆନ୍ତର୍ଜାତିକ ବୈଦେଶିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.