୪୩ ବର୍ଷରେ ଏଟିପି ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତା ଜିତି ଇତିହାସ ରଚିଲେ ବୋପାନ୍ନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ରୋହନ ବୋପାନ୍ନା ୪୩ ବର୍ଷରେ ଏଟିପି ମାଷ୍ଟର୍ସ ୧୦୦୦ ଟାଇଟଲ ଜିତି ଇତିହାସ ରଚିଛନ୍ତି । ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଏହି ଟାଇଟଲ ଜିତିଛନ୍ତି । ରୋହନ ଅଷ୍ଟ୍ରେଲିଆର ମ୍ୟାଟ ଏଡବେନଙ୍କୁ ସାଥୀ କରି ବିଏନପି ପାରିବାସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଫାଇନାଲ ଟାଇଟଲ ହାତେଇଥିଲେ । ସେମାନେ ଫାଇନାଲରେ ୱେଲ୍ସ କୁଲହୋଫ ଓ ବ୍ରିଟେନର ନୀଲ ସ୍କୁପସସ୍କିଙ୍କୁ ୬-୩, ୨-୬ ଓ ୧୦-୮ରେ ପରାସ୍ତ କରିଥିଲେ । ଆଜି ମୋ ପାଇଁ ସବୁଠାରୁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ତାଙ୍କ ପୂର୍ବରୁ କାନାଡାର ଡେନିୟଲ ନେଷ୍ଟର ୨୦୧୫ରେ ୪୨ ବର୍ଷ ବୟସରେ ସିନସିନାଟି ମାଷ୍ଟର୍ସ ଟାଇଟଲ ହାସଲ କରିଥିଲେ । ମ୍ୟାଚ ପୂର୍ବରୁ ଡ୍ୟାନି ମାଷ୍ଟର୍ସଙ୍କୁ ଭେଟି ବୋପାନ୍ନା କହିଥିଲି ଯେ, ଆପଣଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିବାରୁ ଦୁଃଖିତ । ଏହି ରେକର୍ଡ ସର୍ବଦା ମୋ ସହିତ ରହିବ ବୋଲି ସେ କହିଛନ୍ତି । ଏହା ତାଙ୍କର ୫ମ ମାଷ୍ଟର୍ସ ଟାଇଟଲ । ଭାରତ-ଅଷ୍ଟ୍ରେଲୀୟ ଯୋଡି ଚଳିତ ବର୍ଷ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.