ହାତୀଶାଳ ଘାଟିରେ ଅଘଟଣ : ୧୦୦ ଫୁଟ୍ ଖାଇରେ ଖସିପଡ଼ିଲା ଟ୍ରକ୍, ଚାଳକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରରୁ ମୁଷାନାଳକୁ ସଂଯୋଗ କରୁଥିବା ରାସ୍ତା ହାତୀଶାଳ ଘାଟିରେ ଘଟିଛି ଏକ ଟ୍ରକ ଦୁର୍ଘଟଣା । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରୁ ସାର ବୋଝେଇ କରି ବିଶ୍ବନାଥପୁର ପଟେ ଫେରୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକଟି ହାତୀଶାଳ ଘାଟିର ୧୦୦ ଫୁଟ୍ ଖାଇରେ ଖସି ପଡ଼ିଛି । ଏଥିରେ ଟ୍ରକଟି ଚୂରମାର ହୋଇଯାଇଥିବାବେଳେ ଡ୍ରାଇଭର ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି ।ଦୁର୍ଘଟଣା ସଂପର୍କରେ ଖବର ପାଇ ବିଶ୍ବନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.