ରାମଚନ୍ଦ୍ର ମରଦରାଜ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

● ଶିକ୍ଷଙ୍କଙ୍କ ଦିବ୍ୟଦୃଷ୍ଟି ବିଦ୍ୟାର୍ଥୀଙ୍କୁ ଗଢେ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଶିକ୍ଷକଙ୍କ ଦିବ୍ୟ ଦୃଷ୍ଟି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢିଥାଏ ବୋଲି ଖଲ୍ଲିକୋଟ ବ୍ଲକର କହେଁଇପୁର ଆରସିଏମ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ମଂଚାସୀନ ଅତିଥି ମାନେ ପ୍ରକାଶ କରିଥିଲେ। ବିଶିଷ୍ଟ କବି ଓ ଶିକ୍ଷାବିତ ହାଡିବନ୍ଧୁ ମାଳିଙ୍କ ଅଧକ୍ଷତାରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା ଅନୁସୂଚିତ ଜାତି ଜନ ଜାତି ଓ ଆଇନ ସେବା ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକା ଓ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଯୋଗ ଦେଇଥିବା ବେଳେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ଇଂ.ନିରଞ୍ଜନ ବେହେରା, ବ୍ଲକ ଅଧକ୍ଷ ଦୈତାରୀ ବେହେରା ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଡୁ କିଶୋର ଜାଲି, ପୂର୍ବତନ ପ୍ରଧାନ ଶିକ୍ଷକ ସନାତନ ଜାଲି ଓ ବିଶିଷ୍ଟ ସାହିତ୍ୟିକ ଓ ଅରବିନ୍ଦ ସାଧକ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରି ଚରଣ ମହାପାତ୍ର ଓ ଅଧ୍ୟାପିକା ଡ. ପ୍ରତିଭା ମହାରଥୀ ଜଗନ୍ନାଥ ସଂସ୍କୃତି ର ଗବେଷକ ଜ୍ଞାନାନନ୍ଦ ସାଗର ପ୍ରମୁଖ ଅତିଥି ମାନେ ବିଦ୍ୟାଳୟ ର ଦୀର୍ଘ ୬୦ ବର୍ଷ ର ଇତିହାସ ଓ ରାଜା ରାମଚନ୍ଦ୍ର ମରଦରାଜ ଙ୍କ ସମଗ୍ର ଜିଲ୍ଲା ରେ ଶିକ୍ଷା ପ୍ରତି ଅବଦାନ ଉଲେଖ କରିଥିଲେ l ପୁରାତନ ଛାତ୍ର ସଂସଦ ର ସମ୍ପାଦକ ଡ଼ଃ .ପ୍ରଭାକର ତ୍ରିପାଠୀ ବିଦ୍ୟାଳୟ ର ଇତିହାସ କୁ ଅବଲୋକନ କରିଥିବା ବେଳେ ସାମ୍ବାଦିକ ଦିଲୀପ କୁମାର ସୁବୁଧି ଅତିଥି ପରିଚୟ ସାଙ୍ଗକୁ ସଂଯୋଜନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କହେଁଇପୁର ପଂଚାୟତ ସରପଂଚ ପ୍ରକାଶ ଚନ୍ଦ୍ର ସାସମଲ ଓ ସମିତି ପ୍ରତିନିଧି କୈଳାଶ ଚନ୍ଦ୍ର ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ ,ପ୍ରଫୁଲ୍ଲ ଚନ୍ଦ୍ର ସାହୁ ସାଂସଦ ପ୍ରତିନିଧି ରତ୍ନାକର ସାହୁ ସମେତ ବରିଷ୍ଠ ଆଇନଜୀବୀ କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କେଦାର ନାୟକ ସମେତ ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ ଓ ଅଭିଭାବକ ଓ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l ଏ ଉପଲକ୍ଷେ ବିଦ୍ୟାଳୟର ଏକ ସ୍ମରଣିକା “ପ୍ରଜ୍ଞାପୀଠ”, ଭିକାରି ମହାପାତ୍ର ଓ ପ୍ରହଲ୍ଲାଦ ବେହେରା ଙ୍କ ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.