ଡୋପ ଟେଷ୍ଟରେ ଧରା ପଡି ବାସନ୍ଦ ହେଲେ ବିଶ୍ୱ ରେକର୍ଡଧାରୀ ଆଥଲେଟ

ଓଡ଼ିଆ ବାର୍ତ୍ତା/ ମୋନାକୋ: କେନିୟାର ବିଶ୍ୱରେକର୍ଡ ଧାରୀ ଦୂରଗାମୀ ଧାବକ ରୋନେକ୍ସ କ୍ରିପୁଟୁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ ଇଂଟିଗ୍ରିଟି ୟୁନିଟ ତାଙ୍କୁ ବାସନ୍ଦ କରିଛନ୍ତି । ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଧାରରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି । ରକ୍ତ ନମୁନାରେ ହୋଇଥିବା ପରିବର୍ତନକୁ ଏହି ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇଥାଏ । ତାଙ୍କ ଶରୀରର ରକ୍ତ ନମୂନାରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମଧ୍ୟ ମିଳିଥିଲା । ୨୦୧୯ ଦୋହା ବିଶ୍ୱ ଚାମ୍ପିୟନଶିପର ୧୦ ହଜାର ମିଟର ଦୌଡରେ ବ୍ରୋଞ୍ଜ ପଦକ ହାସଲ କରି ସେ ଚର୍ଚ୍ଚାକୁ ଆସିଥିଲେ । ଉଗାଣ୍ଡାର ଜୋଶୁଆ ଚେପ୍ଟେଗେଇଙ୍କ ସହ ସେ କଡା ସଂଘର୍ଷ କରିଥିଲେ । ଚେପଗେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରେ ସ୍ପେନର ଭାଲେନ୍ସିଆରେ ଅନୁଷ୍ଠିତ ୧୦କିମି ରୋଡ ରେସରେ ସେ ବିଶ୍ୱରେକର୍ଡ ସ୍ଥାପନ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ତାଙ୍କ ପ୍ରଦର୍ଶନ ଅବଶ୍ୟ ସେତେଟା ଭଲ ନ ଥିଲା । ସେ ୯ମ ସ୍ଥାନରେ ରହି ରେସ ସମ୍ପୂର୍ଣ୍ଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.