ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ, ତଦନ୍ତ ଦାବୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି । ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା । ଘଟଣାକୁ ଚପାଇ ଦେବାକୁ ସେତେବେଳେ ବେଶ ଉଦ୍ୟମ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ସେହି ଘଟଣାର ତଦନ୍ତ ଶେଷ ହେଉନି । ସେହିଭଳି ଆଉ ଏକ ଖବର କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତରେ ଦେଖିବାକୁ ମିଳିଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜଣେ ହିତାଧିକାରୀଙ୍କୁ ମିଳୁଥିବା ୫ କେଜି ଚାଉଳ ପରିବର୍ତ୍ତେ ୩ କେଜି ଚାଉଳ ଦିଆଯାଉଛି । ଏତେ କମ ଚାଉଳ କାହିଁକି ଦିଆଯାଉଛି ପଚାରିଲେ ଚାଉଳ କମ ଆସୁଛି ବୋଲି ଉତ୍ତର ଦିଆଯାଉଛି, ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପାଖାପାଖି ଏ ପର୍ଯ୍ୟନ୍ତ ୭୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ହେରଫେର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ବଜାରରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ହେବ । ଉକ୍ତ ପଞ୍ଚାୟତରେ ଚାଉଳ ବାଣ୍ଟିବା ଦାୟିତ୍ୱରେ ଯୋଗାଣ ସହାୟକ ଅଛନ୍ତି । ଲୋକେ ତାଙ୍କୁ ଅଭିଯୋଗ କରିବାରୁ ସରକାର ୭୧ କୁଇଣ୍ଟାଲ ଚାଉଳ କାଟି କରି ଦେଇଥିବା କହୁଛନ୍ତି l କାହିଁକିି କଟାଯାଇଛି କହିଲେ କିଛି ଉତ୍ତର ରଖୁନାହାଁନ୍ତି l ସରକାରଙ୍କ କ’ଣ ନିର୍ଦ୍ଦେଶ ରହିିଛି ଚାଉଳ କାଟିବାକୁୁ ନେଇ ବାରମ୍ବାର ଲୋକେ ପଚାରିବାରୁ ସେ ଏକ ଚିଠି ଦେଖାଉଛନ୍ତି l ଯେଉଁଥିରେ ପଞ୍ଚାୟତରେ ପୂର୍ବରୁ ୭୧ କୁଇଣ୍ଟାଲ ଚାଉଳ ଷ୍ଟକ ଥିବା ଦର୍ଶାଯାଇଛି l ଯଦି ପୂର୍ବରୁ ଷ୍ଟକ ଥିଲା, ତାହାଲେ ସେ ଚାଉଳ କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଚାଉଳ ଠିକ୍‌ ଦିଆଯାଉଥିଲା l ଆଜକୁ ୩ ମାସ ହେଲା ଚାଉଳ କାଟି ଦିଆଯାଉଛି । ପଚାରିଲେ ସରକାର କାଟିଛନ୍ତି ବୋଲି କୁହାଗଲା । ପରେ ଆମେ ଜାଣିବାକୁ ପାଇଲୁ କି ମାର୍ଚ୍ଚ ମାସ ସୁଦ୍ଧା ପଞ୍ଚାୟତରେ ପାଖାପାଖି ୭୨ କୁଇଣ୍ଟାଲ ଚାଉଳ ଷ୍ଟକ ଥିଲା । ସେଥିପାଇଁ ମାର୍ଚ୍ଚ ପରଠାରୁ ପଞ୍ଚାୟତକୁ ଯେତିକିି ଚାଉଳ ଆସିବା କଥା ସେଥିରୁ ୭୨ କୁଇଣ୍ଟାଲ ଚାଉଳ କାଟି କରି ମିଳିଲା। ତେଣୁ ଏହି ଚାଉଳକୁ ଆତ୍ମସାତ କରଯାଇଛି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଇ ଚାଉଳ କାଟି ଦିଆଯାଉଛି । ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାମାଜିକ କର୍ମୀ କେଶବ ଦିଗାଲ ପ୍ରକାଶ କରିଛନ୍ତି । ଯୋଗାଣ ସହାୟକ ଭୋଳାନାଥ ପ୍ରଧାନଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି l ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.