ଗଜାନନ ସାଂସ୍କୃତିକ ଅନୁଷ୍ଠାନର ୧୪ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗଜାନନ ସାଂସ୍କୃତିକ ଅନୁଷ୍ଠାନ ବୁଢିପଦରର ୧୪ତମ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦରଠାରେ ଅନୁଷ୍ଠାନର ସଭାପତି ସତ୍ରୁଘନ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ,   ସମ୍ମାନିତ ଅତିଥି ଭାବେ ଗୁଜରାଟର ବିଶିଷ୍ଟ ସମାଜସେବୀ ହରିଶ ଭାଇ ଏମ ଢୋକିଆ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ତଥା ଲୋକକଳାକାର ସଞ୍ଜୟ ଧଙ୍ଗଡାମାଝୀ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କରାଟେ ଖେଳାଳି ତପନ ଗଉଡ଼, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ, ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବିଶିଷ୍ଟ ଶିକ୍ଷାବିତ୍ ଗିରିଧାରୀ ଗଉଡ, ସମାଜସେବୀ ଲିଙ୍ଗରାଜ କରୁଆଁ ଓ ଅଜିତ କରୁଆଁ ପ୍ରମୁଖ ମଞ୍ଚାସୀନ ଥିଲେ । ଗାଳ୍ପିକ ସୁଧିର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଜୟଦ୍ରଥ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମାର୍ଶାଲ ଆର୍ଟ୍ସ ଗଟ ଟେଲେଣ୍ଟ ଓ୍ବାର୍ଲ୍ଡ ଚମ୍ପିୟାନ-୨୦୨୨ ତପନ ଗଉଡ ଓ ରାଜକୋଟର ଏସଭିସି କମ୍ପାନୀର ଏମଡି ହରେଶ ଭାଇ ଏମ ଢୋକିଆଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥିମାନେ ସମ୍ମାନିତ କରିଥିଲେ । ଶେଷରେ ମହିଳା ଦଣ୍ଡନୃତ୍ୟ ପରିବେଷିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.