ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷିତ ହୋଇ ଯାଇଛି । ଜିଲ୍ଲାର ପ୍ରମୁଖ ପୁରାତନ ହାଇସ୍କୁଲ ମାନଙ୍କ ମଧ୍ୟରେ ଅନ୍ୟତମ ଚାରବାହାଲ କୃପାସିନ୍ଧୁ ହାଇସ୍କୁଲରୁ ୨୦୨୨ -୨୩ ଶିକ୍ଷାବର୍ଷରେ ୧୩୧ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ । ଏଥିରୁ ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଧାନ ଶିକ୍ଷକ ଦେବରାଜ ଗହୀର ପ୍ରକାଶ କରିଛନ୍ତି । ପାସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ୨ – ୦୧, ବି୧ -୧୫, ବି୨ -୪୫, ସି -୫୨, ଡି -୧୧ ଓ ଇ – ୦୪ ଜଣ ସଫଳତା ହାସଲ କରିଥିବା ବେଳେ ୩ ଜଣ ଫେଲ୍ ହୋଇଥିବା କହିଛନ୍ତି । ହାଇସ୍କୁଲର ପାସହାର ୯୭.୭% ପ୍ରତିଶତ ହୋଇଥିବା ସେ ପ୍ରକାଶ କରିଛନ୍ତି । ଅଞ୍ଚଳର ପୁରାତନ ହାଇସ୍କୁଲ ଭାବେ ଖ୍ୟାତି ଅର୍ଜନ କରିଥିବା ସତ୍ଵେ ଏହି ବିଦ୍ୟାଳୟକୁ ବହୁ ବିଳମ୍ବରେ ଗତ ୮ ତାରିଖ ଦିନ ରାଜ୍ୟସରକାର ଫାଇଭ୍-ଟି ସ୍କୁଲରେ ସାମିଲ କରିଛନ୍ତିି । ଆଗାମୀ ଦିନରେ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ କିପରି କରାଯିବ ସେଥିପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସମାଜସେବୀ ରଜନୀକାନ୍ତ ସମର୍ଲିଆ ପ୍ରଧାନ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ ।