ବେଲଖଣ୍ଡିରେ 5T ସଚିବ: ମନ୍ଦିରର ଉର୍ନତିକରଣ ହେବ -ପାଣ୍ଡିଆନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ପୂର୍ବାହ୍ନ ୧୧ ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ପହଂଚିଥିଲେ l ଘୁମୁରା ଓ ଗଣା ବାଜା ତାଳେ ତାଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, କେସିଙ୍ଗା ଓ କର୍ଲାମୁଣ୍ଡା ବିଡ଼ିଓ ସ୍ୱାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ l ଶ୍ରୀ ପାଣ୍ଡିଆନ ମନ୍ଦିର ପରିଦର୍ଶନ କରି ପରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ l ସେ ଉପସ୍ଥିତ ହଜାର ହଜାର ମା ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମା ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ । ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ବ୍ୟବସ୍ଥା କରିବେ ବୋଲି ସେ ପ୍ରକାଶ କରିଥିଲେ l ସେ ଦୁଇ ବ୍ଲକର ପ୍ରମୁଖ ସମସ୍ୟାର ଦାବୀପତ୍ର ସବୁ ଗ୍ରହଣ କରି ସଭା ମଧ୍ୟକୁ ଆସି ମା ମାନଙ୍କ ସହ କିଛି ଆଲୋଚନା କରି ମ ରାମପୁର ଅଭିମୁଖେ ଯାତ୍ରା କରିଥିଲେ l ସଚିବଙ୍କ ସହ ଜିଲ୍ଲାପାଳ ପି ଅନ୍ଵେଷା ରେଡି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.