ବଡ଼ ପୁଝାରୀଗୁଡା ହାଇସ୍କୁଲ ଛାତ୍ରୀ କୁମ୍ କୁମ୍ ନାଏକ ଦଶମ ପରିକ୍ଷାରେ ୯୦% ମାର୍କ ରଖି ବିଦ୍ୟାଳୟରେ ପ୍ରଥମ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି) : ଜୟପାଟଣା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୨୩ ଶିକ୍ଷା ବର୍ଷରେ ୪୨ ଜଣ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ବିଦ୍ୟାଳୟର କୁମାରୀ କୁମ୍ କୁମ୍ ନାଏକ ପିତା: ଟଙ୍କଧର ନାଏକ, ମାତା,ର: ରେବତୀ ନାଏକ ବଡ଼ ପୁଝାରୀ ଗୁଡାର ୯୦ ପ୍ରତିଶତ ମାର୍କ ରଖି A1 ପାଇ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ୮୦ ପ୍ରତିଶତ ମାର୍କ ରଖି A2 ରେ ଆଠ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ୭୦ ପ୍ରତିଶତ ମାର୍କ ରଖି B1ରେ ୨୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬୦ ପ୍ରତିଶତ ମାର୍କ ରଖି B2ରେ ୧୦ ଜଣ ଛାତ୍ରଛାତ୍ରୀ, ଏବଂ ୫୦ ପ୍ରତିଶତ ମାର୍କ ରଖି C ଗ୍ରେଡ ରେ ୦୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସୁଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.