ସଇଁତଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା):
ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କାର୍ଯ୍ୟାଳୟ ପରିସରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ଟ୍ରେନିଂ ଦାୟିତ୍ୱରେ ଥିବା ଆଇପିଏସ କୁଲଦୀପ ମିନ୍ନା, ପିଡି ଡିଆରଡିଏ ସୁଶାନ୍ତ ସିଂ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗଦାନ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝି ସମାଧାନ କରିଥିଲେ l ଏଥିରେ ଭଦ୍ରା ପଞ୍ଚାୟତ ଯୁବାମାଲ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ୪ବର୍ଷ ହେଲା ନିର୍ମାଣ ହୋଇ ସାରିଥିବା ବେଳେ ବର୍ତମାନ ପଯ୍ୟନ୍ତ ବିଦ୍ୟାଳୟ ହସ୍ତାନ୍ତର କରି ନ ଥିବାରୁ ପିଲାମାନେ ବସିବା ପାଇଁ ଶ୍ରେଣୀ ଗୃହ ନ ଥିବାରୁ ଛାତ୍ରଛାତ୍ରୀମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମେଶ ନନ୍ଦ ଓ କମିଟି ସଦସ୍ୟମାନେ ଅଭିଯୋଗ କରିଥିଲେ l ଘୁନସର ରାଜସ୍ୱ ନିରୀକ୍ଷକ ଠାରେ କେଛୋମୁହାଣ ଗ୍ରାମର କୃତ୍ତି ବାଗ ୫ମାସ ହେଲା ତାଙ୍କ ଜମି ମିୟୁଟେସନ ପାଇଁ ଆବେଦନ କରିଥିଲେ ମଧ୍ୟ ସଇଁତଲା ତହସିଲଦାର ଅଫିସକୁ ନ ପଠାଇ ହଇରାଣ କରୁଥିବା ଅଭିଯୋଗ କରିଥିଲେ l ସେହିପରି କରମତଲା ପଞ୍ଚାୟତ ରେଙ୍ଗାଲବାହାଲ କାଳସାଏପଡାରେ ମନରେଗା ଯୋଜନାରୁ ୩ ଲକ୍ଷ ୮୫ହଜାର କାଯ୍ୟ ହୋଇଥିବା ବେଳେ ଅଧା କାଯ୍ୟ ହୋଇ ବାକି ଟଙ୍କା ପଡିରହିଛି l ତେଣୁ ରାସ୍ତା କାଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଦାବୀ କରିଥିଲେ l ଏପରିକି ଜୁରାବନ୍ଦ ପଞ୍ଚାୟତ ଅଞ୍ଚଳରେ ମୋବାଇଲ କୋଣସି ନେଟୱାର୍କ ନ ଥିବାରୁ ଲୋକେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି l ଗତ ୨୦୧୫ ମସିହାରୁ ଫପସି ଗ୍ରମର ୧୮ ଜଣଙ୍କୁ ଭୂମିହୀନ ପଟ୍ଟା ପ୍ରଦାନ କରିଥିଲେ ମଧ୍ୟ ଜମି ଚିହ୍ନଟ ହୋଇ ନ ଥିବାରୁ ଗରିବ ଭୂମିହୀନମାନେ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ ଶୁଣୁ ନାହାନ୍ତି ବୋଲି ସ୍ଥାନୀୟ ସରପଞ୍ଚ ମନୀଷ ସୁନା ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ l ଧରବଗଡ଼ ପଞ୍ଚାୟତ ଗୋଏଲଭାଡ଼ି ଆଦିବାସୀ ପଡାରେ ଏକ ନଳକୂଅ ଖାନନ ପାଇଁ ସମିତି ସଭ୍ୟ ରାକେଶ ନାୟକ ଜିଲ୍ଲାପାଳ ଅଭିଯୋଗ ପରେ ସେକସନ ମଧ୍ୟ ହୋଇଥିବା ଜଣାଯାଇଛି l ସେହିପରି ଶିଶକେଳା ପଞ୍ଚାୟତ ଭୁଏରପଡା ଗ୍ରାମରେ ଥିବା ସରସ୍ବତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୧ ଲକ୍ଷ ୬୨ ହଜାର ଟଙ୍କା ଉଠାଣ କରି ତାଙ୍କ ବିଭାଗୀୟ କର୍ମଚାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଜିଲ୍ଲାପାଳଙ୍କ ଠାରେ ମହିଳାମାନେ ଅଭିଯୋଗ କରିଛନ୍ତି l ଏହା ସହିତ ସିଂବାହାଲି ଗ୍ରାମକୁ ରାଜସ୍ବ ଗ୍ରାମ ରେ ସାମିଲ କରାଯାଉ ବୋଲି ଗ୍ରାମର ତନୁ ଭୋଇ , ରାମେଶ୍ୱର ରାଣ , ରଜନୀକାନ୍ତ ରଣା , ହରେ ଭୋଇ ଗ୍ରାମବାସୀ ଜିଲ୍ଲାପାଳ ଭେଟି ଆପତ୍ତି କରିଥିଲେ l ଡୁଙ୍ଗୁରିପାଲି ପଞ୍ଚାୟତ କୁଆରଗାଁ ୫ ଟି ହାଇସ୍କୁଲରେ କାଯ୍ୟ ଅଧା ପନନ୍ତ୍ରୀୟା ହୋଇ ପଡିଥିଲା ସହିତ ବିଦ୍ୟାଳୟ ବାଡ଼ ପାଇଁ ଅନୁଦାନ ନାହିଁ ବୋଲି ସ୍କୁଲ କମିଟି ଜିଲ୍ଲାପାଳଙ୍କୁ ଦ୍ୱାରସ୍ଥ ହୋଇଥିଲେ l ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ଦମ୍ପତି ଟିଟିଲାଗଡ଼ ଉଦେପୁର ଗ୍ରାମର ଚିନ୍ତାମଣି ସାହୁ ଓ ପତ୍ନୀ ନିଁଳେନ୍ଦ୍ରି ସାହୁଙ୍କୁ ପ୍ରଶାସନ ତରଫରୁ ୨ ଲକ୍ଷ ୫୦ହଜାର ଟଙ୍କା ରାଶି ଚେକ ପ୍ରଦାନ କରାଯାଇଥିଲା l ଏହି ସମୟରେ ସଇଁତଳା ବିଡ଼ିଓ ଚନ୍ଦ୍ରମଣି ନାଗ, ତହସିଲଦାର ମାନସ ଫିଲ କେରକେଟା, ଡିଏସଓ ନବକୃଷ୍ଣ ସାହୁ, ଏସଆରଏ ସିଗ୍ଧାରାଣୀ ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଜିପିଇଓ ପଦ୍ମକାନ୍ତ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ସେକସନ ଅଫିସର ଗଣେଶରାମ ବେହେରାଙ୍କ ସମେତ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.