ଘଟଣାସ୍ଥଳରେ ଏସଡ଼ିପିଓ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ଦେଓଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଅଙ୍ଗନବାଡି ଗୃହ ନିକଟସ୍ଥ ଧାନଖଳା ଠାରେ ଜଣେ ଯୁବକଙ୍କୁ ହତ୍ୟା କରି ଏକ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକର ନାମ ବୁଦ୍ଧଦେବ ନାଗ (୨୯) ବୋଲି ଜଣାପଡିଛି । ଘଟଣାର ଖବର ପାଇଁ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର , ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା, ସଇଁତଲା ଏସଆଇ ଶଙ୍କରଲାଲ ମିର୍ଦ୍ଧା, ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବିଭିନ୍ନ ଏଙ୍ଗେଲକୁ ନେଇ ଖୋଡ଼ତାଲ ଆରମ୍ଭ ଚଲାଇଛି l ପ୍ରକାଶ ଯେ, ଗତ ରବିବାର ରାତି ୮ ଘଣ୍ଟା ସମୟରେ ବୃଦ୍ଧଦେବ ଘରୁ ବାହାରି ମିଟିଙ୍ଗକୁ ଯାଉଛି କହି ଆଉ ରାତିରେ ସେ ଆଉ ଘରକୁ ଫେରି ନ ଥିଲା ବୋଲି ତାଙ୍କ ମାଆ ମହିମା ନାଗ ପୋଲିସ ଆଗରେ ପ୍ରକାଶ କରିଛନ୍ତି l ଘଟଣା ଅସ୍ପଷ୍ଟ ରହିଥିବା ବେଳେ କିଛି ଦୁର୍ବୁତ୍ତମାନେ ପଥରରେ ଚେଚି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି | ଏ ନେଇ ପଚାରିବାରୁ ତଦନ୍ତ ଚାଲିଛି ବୋଲି ପୋଲିସ ପ୍ରକାଶ କରିଛି l