ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱାଧିନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ମହାନଦୀ ଧାରାର ସଫଳତା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନେହେରୁ ଯୁବକେନ୍ଦ୍ର ତରଫରୁ ସ୍ୱାଧିନତାର ଅମୃତ ମହୋତ୍ସବ ଉପଲକ୍ଷେ ଯୁବ ଉତ୍ସବ @୨୦୪୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷ ସେଠାରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ‌। ସେଥିମଧ୍ୟରେ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛଅ ଜଣ ଛାତ୍ରୀ ସ୍ଵପ୍ନା, ମୋତି, ସ୍ମୃତି, ମନିଷା, ଜିନା, ମାନସୀ ପ୍ରମୁଖ ଅଂଶଗ୍ରହଣ କରି ପ୍ରଥମ ସ୍ଥାନରେ ବିଜେତା ହୋଇ ଟ.୫୦୦୦ରାଶି ପୁରସ୍କାର ପାଇଥିଲେ । ସେହିପରି ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ଦିବ୍ୟପ୍ରକାଶ ସାହୁ ଫଟୋଗ୍ରାଫି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବିଜେତା ହୋଇ ରାଶି ଟ୧୦୦୦ ପୁରସ୍କାର ପାଇଥିବା ସହ ଉଭୟେ ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି । ମହାନଦୀ ଧାରା ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଏପରି ସଫଳତା ନିମନ୍ତେ ସେମାନଙ୍କୁ ସବୁ ବର୍ଗରୁ ଅଭିନନ୍ଦନ ମିଳିଛି । ମହାନଦୀ ଧାରା ଯେ କେବଳ ଶିକ୍ଷା କ୍ଷେତ୍ରରେ ନାଁ କରିଛନ୍ତି ତାହା ନୁହେଁ ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ପ୍ରମାଣ କରି ପାରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.