ପୂର୍ବତନ ଫୁଟବଲ ଖେଳାଳୀ ଭାୟା ପଟେଲଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଅତିତରେ ଫୁଟବଲ ପାଇଁ ସର୍ବବିଦିତ ଥିଲା। ‌ଏହି ଅଞ୍ଚଳରେ କିଛି ଏପରି ଫୁଟବଲ ଖେଳାଳୀ ଥିଲେ ଯେଉଁମାନେ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ତନ୍ମଧ୍ୟରୁ ସୁରେଶ ପଟେଲ ଜଣେ ଏପରି ଖେଳାଳି ତାଙ୍କ ଖେଳ ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ସମସ୍ତେ ଭାୟା ପଟେଲ ନାମରେ ସମସ୍ତେ ଡାକୁଥିଲେ। ଏହି ବରିଷ୍ଠ ଖେଳାଳି ଆଉ ଆମ ଗହଣରେ ନାହାନ୍ତି। ପ୍ରାତଃ ସମୟରେ ଜୟପାଟଣା ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ସେ ସ୍ଥାନୀୟ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଫୁଟବଲ ଖେଳି ରାଜ୍ୟ ସ୍ତରରେ ଖେଳିବାର ଗୌରବ ଅର୍ଜନ କରିଥିଲେ। ଲେପ୍ଟ ଆଉଟ୍ ପୋଜିସନରେ ଖେଳି ପାରଫେକ୍ଟ ମାଇନସ କିକ୍ ମାରିବାରେ ସେ ବେସ ସୁନାମ ପାଇଥିଲେ। ତାଙ୍କର ବିୟୋଗରେ ଜୟପାଟଣା ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.