୭ଟି କନ୍ଧ ପ୍ରଗଣାର ଗୃହ ପାଇଁ ପ୍ରତିଶୃତି ଦେଲେ ମନ୍ତ୍ରୀ ଟୁକୁନୀ ସାହୁ
ଆଗାମୀ ଦିନରେ ନିଶା ନିବାରଣକୁ ବିରୋଧ କରି ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ -ଜିଲ୍ଲା ସଭାପତି ବିରଞ୍ଚି ଭୋଇ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା):
ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଉତ୍କଳ କନ୍ଧ ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଜିଲ୍ଲାର ୧୬ ଗୋଟି ପ୍ରଗଣାର କର୍ମକର୍ତ୍ତା ଉପସ୍ଥିତ ରହି ସମାଜର ଉନ୍ନତି ପାଇଁ ଏକଜୁଟ ହୋଇଥିଲେ l ଏହି ବୈଠକରେ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା କନ୍ଧ ସମାଜ ସମସ୍ତ ପ୍ରଗଣାଙ୍କୁ ସରକାର ଉନ୍ନତି ପାଇଁ ହାତ ବଢେଇ ଥିଲେ l ଏହା ସହିତ ସରକାର କନ୍ଧମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟରୁ ଆରମ୍ଭ କରି ବହୁ କ୍ଷେତ୍ରରେ ବିଭିନ୍ନ ଯୋଜନାମାନ ଆରମ୍ଭ କରିଛନ୍ତି ବୋଲି ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ l ତେଣୁ ଆଗାମୀ ଦିନରେ ମୋର ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ଥିବା ୭ ଗୋଟି କନ୍ଧପ୍ରଗଣାର ଉନ୍ନତି ସକାଶେ ନିଜ ବିଧାୟିକା ପାଣ୍ଠି ଅନୁଦାନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ଏପରିକି ବଲାଙ୍ଗୀର ହେଡ଼ କ୍ୱାଟର ଠାରେ କେନ୍ଦ୍ରୀୟ ଉତ୍କଳ କନ୍ଧ ସମାଜର ଏକ କମ୍ୟୁନିଷ୍ଟ ହଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରେ ଦାବୀ ଉପସ୍ଥାପନା କରି ଅନୁଦାନ ପାଇଁ ଚେଷ୍ଟା ଉଦ୍ୟମ କରିବି ବୋଲି କନ୍ଧ ସମାଜର କର୍ମକର୍ତ୍ତାମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରତିଶୃତି ଦେଇଥିଲେ l
ସଭା ଆରମ୍ଭ ପୂର୍ଵରୁ କନ୍ଧ ସମାଜ ତରଫରୁ ପାରମ୍ପପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା ବାହାରି ବେଲଗାଁ ଧରଣୀ ଦେବତାଙ୍କ ଠାରେ ପୂଜାର୍ଚ୍ଚନା କରି ମଣ୍ଡପ ପରିସରକୁ ଆସିଥିଲେ l ଏହି ସଭାକୁ ଉତ୍କଲ କନ୍ଧ ସମାଜର ଜିଲ୍ଲା ସଭାପତି ବିରଞ୍ଚି ଭୋଇଙ୍କ ତତ୍ତ୍ୱବଧାନ ଅନୁଷ୍ଠିତ ବୈଠକରେ ଉତ୍କଳ କନ୍ଧ ସମାଜର କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ, ଜିଲ୍ଲା ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ଗହକା ପ୍ରଗଣା ସଭାପତି ଯୁବରାଜ ମାଝୀ, କେନ୍ଦ୍ରୀୟ ସମ୍ପାଦକ ପ୍ରଦୀପ ମାଝୀ, ଠୁଟିବୁଡୁକା ପ୍ରଗଣାର ସଭାପତି ଚକ୍ରଧର ଯାନୀ, ମାଝୀ ପ୍ରଗଣା ସଭାପତି ପ୍ରହଲ୍ଲାଦ ମାଝୀ, ଉପର ହେଡ଼ଖଣ୍ଡ ପ୍ରଗଣା ସଭାପତି ଦୟାନିଧି କଅର, ଗୁଗୁରିଆ ପ୍ରଗଣା ସଭାପତି ସିମାଞ୍ଚଳ ଭୋଇ, ଖଡ଼ଙ୍ଗା ପ୍ରଗଣା ସମ୍ପାଦକ ସ୍ୱତନ୍ତ୍ର ଭୋଇ, ମାଝୀ ପ୍ରଗଣା ଉପସଭାପତି କପିଳ ଭୋଇ, ବାରପାଲି ପ୍ରଗଣା ସଭାପତି ନରେନ୍ଦ୍ର ଭୋଇ, ଗହକା ପ୍ରଗଣା ଉପସଭାପତି ବେଣୁ ଝାଙ୍କର, ପାହାଡ଼ ପ୍ରଗଣା ସଭାପତି ନୃପମଣି ଭୋଇ, ଠୁଟିବୁଡୁକା ସମ୍ପାଦକ ମନୋରଞ୍ଜନ ଭୋଇ, ଯାନୀ ପ୍ରଗଣା ସଭାପତି ଦାଶରଥି ଭୋଇ, ପ୍ରଧାନୀ ପ୍ରଗଣା ସଦସ୍ୟ ପୁରୁଷୋତ୍ତମ ଭୋଇ ପ୍ରମୁଖ ଉପସ୍ଥିତ ରହି ସମାଜର ସାଙ୍ଗଠନିକ ଯେପରି ମଜଭୁତ ହେବ ସେ ଆଲୋଚନା ହୋଇଥିଲା l
ଆଗାମୀ ଦିନରେ କନ୍ଧମାନେ ନିଶା ନିବାରଣରୁ ବିରୋଧ କରି ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଦିବାସୀ ଜିଲ୍ଲା ସଭାପତି ଶ୍ରୀ ଭୋଇ ପ୍ରକାଶ କରିଥିଲେ l ଏହାପରେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ସଂଘ ତରଫରୁ ଉପଢ଼ୋକନ ଦେବା ସହ ଏକ ମାନପତ୍ର ପ୍ରଦାନ କରିଥିଲେ l ଏଥିରେ ଜିଲ୍ଲା ସମ୍ପାଦକ ଦୁର୍ଜନ ମାଝୀ, ସାଧୁରାମ ମାଝୀ, ଡୁଲ ମାଝୀ, ଲିଙ୍ଗରାଜ ମାଝୀ, ରୋହିତ ଯାନୀ ଅଚ୍ୟୁତ ଭୋଇ, ସସ୍ମିତା ମାଝୀ, ନାରାୟଣ ଭୋଇଙ୍କ ସମେତ ଉତ୍କଳ କନ୍ଧ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ l ଏହାକୁ ଦୃଷ୍ଟିରେ ରଖି ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ସଇଁତଲା ଓ ବେଲଗାଁ ପୋଲିସ ସହ ଏକ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l