ଓଡ଼ିଶା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘର ଶେଷ ବିକଳ୍ପ ନବୀନ ନିବାସ ଘେରାଉ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଆଉଟ ସୋର୍ସିଙ୍ଗ କର୍ମଚାରୀ ସଂଘ ସୋନପୁର ଶାଖା ତରଫରୁ ସୁବର୍ଣ୍ଣପୁର N.G.O.C.C. ହଲରେ ଏକ ବୈଠକ ହୋଇ ଯାଇଛି। ପୂର୍ବରୁ ସରକାରଙ୍କୁ ଦେଇଥିବା ଆଉଟ୍ ସୋରସିଙ୍ଗ କର୍ମଚାରୀଙ୍କ କୌଣସି ଦାବୀକୁ ସରକାର କର୍ଣ୍ଣପାତ କରୁ ନ ଥିବା ବିଷୟ ଆଜି ସଙ୍ଘ ଅଭିଯୋଗ କରିଛନ୍ତି। ଆସନ୍ତା କାଲି ଜୁନ ୧୦ ରୁ ୧୫ ପର୍ଯ୍ୟନ୍ତ କଳା ବେଚ୍ ପିନ୍ଧି ନିଜ ନିଜ କାର୍ଯ୍ୟାଳୟରେ କାମ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛନ୍ତି। ଜୁନ ୧୯ ତାରିଖରେ ପଶ୍ଚିମ ଓଡ଼ିଶାର ୧୨ ଟି ଜିଲ୍ଲା ଆଉଟ୍ ସୋରସିଙ୍ଗ କର୍ମଚାରୀ ସମ୍ବଲପୁର RDC ଅଫିସ ଘେରାଉ କରିବେ ଓ ତା ପରେ ମଧ୍ୟ ଯଦି ସରକାର କର୍ଣ୍ଣପାତ ନ କରନ୍ତି ଚଳିତ ମାସ ଜୁଲାଇ ୩୧ ତାରିଖରେ ନବୀନ ନିବାସ ଆଗରେ ଘେରାଉ କରିବୁ ବୋଲି ଆଜି ଚୂଡାନ୍ତ ପ୍ରସ୍ତୁତି ହୋଇଥିବା ବିଷୟ ସଂଘ ସଭାପତି ନରହରି ମହାପାତ୍ର, ସମ୍ପାଦକ ବିକାଶ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.