ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ସୋମବାର ରଶ୍ମିତା ନେତମ ଯୋଗ ଦେଇଛନ୍ତି। କୋକସରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବାପରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଥିଲା । ପୂର୍ବରୁ ସେ ପଦ୍ମପୁର ବାନ୍ଧୋପାଳୀ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଚଳିତ ବର୍ଷ ଓଇସ ପରୀକ୍ଷାରେ ସଫଳତା ପରେ ପ୍ରଥମ ଥର ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ କୋକସରାରେ ଯୋଗ ଦେଇଛନ୍ତି। କୋକସରା ବ୍ଲକ ଶିକ୍ଷା ବିଭାଗରେ ଥିବା ସମସ୍ୟାକୁ ସମାଧାନ ଦିଗରେ ଚେଷ୍ଟା କରିବି ଓ ଛାତ୍ର ଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ଦିଗରେ ଦୃଷ୍ଟି ଦେବି ବୋଲି କହିଛନ୍ତି । ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଯୋଗଦାନ ପରେ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।