ଅଶ୍ୱୀନଙ୍କ ନାମରେ ଆଉ ଏକ କୀର୍ତିମାନ, ଭାରତର ପ୍ରଥମ ବୋଲର ଭାବେ ବାପାଙ୍କ ପରେ ଆଉଟ କଲେ ପୁଅଙ୍କୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଉ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ବିପକ୍ଷ ଦଳର ବାପା ଏବଂ ପୁଅଙ୍କୁ ଆଉଟ କରିଛନ୍ତି । ଅଶ୍ୱୀନ ତାଙ୍କ କ୍ୟାରିୟର ଆରମ୍ଭ ସମୟରେ ଶିବନାରିଏନ ଚନ୍ଦରପାଲଙ୍କୁ ଆଉଟ କରିଥିଲେ । ୨୦୧୧ରେ ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ସେ ଏହି ସଫଳତା ହାସଲ କରିଥିଲେ । ଏବେ ସେ ତାଙ୍କ ପୁଅ ଟାଗେନାରିନ ଚନ୍ଦରପାଲଙ୍କୁ ଆଉଟ କରିଛନ୍ତି । ଅଶ୍ୱୀନଙ୍କ ଏକ ଚମତ୍କାର ବୋଲିଂକୁ ସାମ୍ନା କରି ନ ପାରି ଟାଗେନାରିଏନ ବୋଲ୍ଡ ହୋଇ ଯାଇଥିଲେ ।

ଆନ୍ତର୍ଜାତୀୟ କ୍ରିକେଟcରେ ଇଆନ ବୋଥାମ(ଲାନ୍ସ କେର୍ଣ୍ଣସ, କ୍ରିସ କେର୍ଣ୍ଣସ), ୱାସିମ ଆକ୍ରମ (ଲାନ୍ସ କେର୍ଣ୍ଣସ, କ୍ରିସ କେର୍ଣ୍ଣସ), ମିଚେଲ ଷ୍ଟାର୍କ (ଶିବନାରିଏନ ଚନ୍ଦରପାଲ, ଟାଗେନାରିଏନ ଚନ୍ଦରପାଲ) ଏହି ସଫଳତା ହାସଲ କରିଛନ୍ତି । ଚଳିତ ପ୍ରଥମ କ୍ରିକେଟ ଟେଷ୍ଟରେ ତାଜା ଖବର ଅନୁସାରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଅସୁବିଧାରେ ପଡିଛି । ୱେଷ୍ଟଇଣ୍ଡିଜ ୪ ୱିକେଟ ବିନିମୟରେ ୬୮ ରନ ସଂଗ୍ରହ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.