ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ରିଙ୍କୁ ସିଂ, ରୁତୁରାଜ ଗାଇକୱାଡ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛି। ଏଥିପାଇଁ ଶୁକ୍ରବାର ରାତିରେ ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ରୁତୁରାଜ ଗାଇକୱାଡଙ୍କୁ ନିଯୁକ୍ତ କରି ବୋର୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ବ୍ୟତୀତ ରିଙ୍କୁ ସିଂ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ମନୋନୀତ ହୋଇଛନ୍ତି। ଏହା ବ୍ୟତୀତ ଆଇପିଏଲ୍ ୨୦୨୩ ରେ ପଞ୍ଜାବ କିଙ୍ଗ୍ସ ପାଇଁ ଏକ ଶତକ ହାସଲ କରିଥିବା ପ୍ରଭାସୀମନ୍ ସିଂ ମଧ୍ୟ ଟିମ୍ ଇଣ୍ଡିଆରେ ମନୋନୀତ ହୋଇଛନ୍ତି। ଏଥିସହ ଶିବାମ ଦୁବେ ଏସୀୟ ଗେମ୍ସ ପାଇଁ ଭାରତୀୟ ଦଳକୁ ଫେରିଛନ୍ତି।

Omkar Vasthu
Omkar Vasthu

ରୁତୁରାଜ ଗାଇକୱାଡଙ୍କ ଦ୍ୱାରା ଅଧିନାୟକ ହୋଇଥିବା ଏହି ଟିମ୍ ଇଣ୍ଡିଆରେ କାହାକୁ ଉପ-ଅଧିନାୟକ ରଖାଯାଇ ନାହିଁ। ଏଥି ସହିତ ୱେଷ୍ଟଇଣ୍ଡିଜ ସିରିଜ ପରେ ଯଶସ୍ୱୀ ଜୟସୱାଲ, ତିଲକ ବର୍ମା ମଧ୍ୟ ଏହି ଦଳରେ ମନୋନୀତ ହୋଇଛନ୍ତି। ୱାଶିଂଟନ୍ ସୁନ୍ଦର, ରାହୁଲ ତ୍ରିପାଠୀ ଦଳକୁ ଫେରିଛନ୍ତି। ଏହା ସହିତ ପାଞ୍ଚ ଖେଳାଳିଙ୍କୁ ମଧ୍ୟ ଷ୍ଟାଣ୍ଡବାଇ ତାଲିକାରେ ରଖାଯାଇଛି। ଯେଉଁଥିରେ ଦୀପକ ହୁଡା, ଭେଙ୍କଟେଶ ଆୟର, ୟଶ ଠାକୁର, ସାଇ କିଶୋର ଏବଂ ସାଇ ସୁଦର୍ଶନ ଅନ୍ତର୍ଭୁକ୍ତ। ପୁରୁଷ ପ୍ରତିଯୋଗିତା ୨୮ ସେପ୍ଟେମ୍ବରରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏସୀୟ ଗେମ୍ସରେ ଅନୁଷ୍ଠିତ ହେବ, ଯାହା ଟି -୨୦ ଫର୍ମାଟରେ ଆୟୋଜିତ ହେବ ଢ ସେହି ଦିନ ଏସୀୟ ଗେମ୍ସ ୨୦୨୩ର ଫାଇନାଲ ଏବଂ ଦିନିକିଆ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ୮ ଅକ୍ଟୋବରରେ ଖେଳାଯିବଢ ବିଶ୍ୱକପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ୮ ଅକ୍ଟୋବରରେ ଖେଳିବ। ଅନ୍ୟପକ୍ଷରେ, ଏସୀୟ ଗେମ୍ସରେ ରୁତୁରାଜ ଗାଇକୱାଡଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଯଦି ଭଲ ପ୍ରଦର୍ଶନ କରିଥିବ ତେବେ ସେହି ଦିନ ଫାଇନାଲ୍ ଖେଳିପାରିବ। ତେଣୁ ଅକ୍ଟୋବର ପ୍ରଥମ ସପ୍ତାହଟି ବହୁତ ଗୁରୁତ୍ୱପୂର୍ଣ୍ଣ ଖାସ କରି କ୍ରୀଡାପ୍ରେମୀ ବା କ୍ରିକେଟ ପ୍ରେମୀଙ୍କ ପାଇଁ। ରୁତୁରାଜ ଗାଇକୱାଡ (ଅଧିନାୟକ), ଯଶସ୍ୱୀ ଜୟସୱାଲ, ରାହୁଲ ତ୍ରିପାଠୀ, ତିଲକ ଭର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ଓ୍ୱିକେଟ କିପର), ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୁ, ଆବେଶ ଖାନ, ଅର୍ଶଦୀପ ସିଂ, ମୁକେଶ କୁମାର, ଶିବମ ଦୁବୀ, ପ୍ରଭାସ (ଓ୍ୱିକେଟ କିପର) ଷ୍ଟାଣ୍ଡବାଇ: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡା, ସାଇ ସୁଦର୍ଶନ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.