ତିନି ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ, ଅଶ୍ୱୀନଙ୍କ ଦମଦାର ବୋଲିଂ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନିଂସ ୧୪୧ ରନରେ ବିଜୟୀ ହୋଇଛି ଭାରତୀୟ ଦଳ। ତୃତୀୟ ଦିନରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂ ଆଧାରରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଛି। ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

Omkar Vasthu
Omkar Vasthu

ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭୧ ରନ୍‌ର ଅଗ୍ରଣୀ ହାସଲ କରିଥିଲା କିନ୍ତୁ ଦ୍ୱିତୀୟ ଇନିଂସରେ ୱିଣ୍ଡିଜ୍‌ ଦଳ ୧୩୦ ରନ କରିବାରେ ସକ୍ଷମ ହୋଇଥିଲା। ଅଶ୍ୱୀନ ପ୍ରଥମ ଇନିଂସରେ ୫ ୱିକେଟ୍ ନେଇଥିଲେ ଏବଂ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ନେଇଥିଲେ ଏବଂ ତାଙ୍କର ୩୪ ତମ ପାଞ୍ଚ ୱିକେଟ୍ ହାସଲ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱୀନ ମୋଟ ୧୨ଟି ୱିକେଟ୍ ନେଇଥିଲେ। ଅଷ୍ଟମ ଥର ପାଇଁ ଟେଷ୍ଟ ମ୍ୟାଚରେ ଅଶ୍ୱିନ ୧୦ ୱିକେଟ ନେବାରେ ସକ୍ଷମ ହୋଇଛନ୍ତି। ଏଥି ସହ ରବିନ୍ଦ୍ର ଜାଡେଜା ୨ଟି ୱିକେଟ୍ ନେଇଥିଲେ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ରେ କାରିବିଆନ୍‌ ବ୍ୟାଟ୍ସମ୍ୟାନମାନେ ଟିମ୍ ଇଣ୍ଡିଆର ବୋଲରଙ୍କୁ ସାମ୍ନା କରିବାରେ ସକ୍ଷମ ହୋଇପାରିନଥିଲେ । ପ୍ରଥମ ଇନିଂସରେ କାରିବିଆନ୍ ଦଳ ଟସ୍ ଜିତି ପ୍ରଥମେ ଖେଳିବାକୁ ବାହାରିଥିଲା ଏବଂ ମାତ୍ର ୧୫୦ ରନ କରିଥିଲା। ଦ୍ୱିତୀୟ ଇନିଂସରେ ଦଳ ଏହି ସଂଖ୍ୟା ଛୁଇଁବାରେ ବିଫଳ ହୋଇଥିଲା। ବର୍ତ୍ତମାନ ସିରିଜର ଦ୍ୱିତୀୟ ମ୍ୟାଚ ୨୦ ଜୁଲାଇରେ ତ୍ରିନିଦାଦରେ ଖେଳାଯିବ ଢ

Udyog Nursery
Udyogi Nursery

ଏହି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ପାଇଁ କେବଳ ରବିଚନ୍ଦ୍ରନ୍ ଅଶ୍ୱିନ ଚମତ୍କାର ବୋଲିଂ କରିନାହାନ୍ତି ବରଂ ଯଶସ୍ୱୀ ଜୟସୱାଲ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ମରଣୀୟ ଇନିଂସ ଖେଳିଛନ୍ତି। ଜୟସୱାଲ ୧୭୧ ରନ୍ ସଂଗ୍ରହ କରି ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ ଟେଷ୍ଟରେ ତୃତୀୟ ସର୍ବାଧିକ ସ୍କୋରର କରିଛନ୍ତି। ଏହି ପ୍ରଦର୍ଶନ ପାଇଁ ଡେବ୍ୟୁ ଟେଷ୍ଟରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ମଧ୍ୟ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଅଧିନାୟକ ରୋହିତ ଶର୍ମା ୧୦୩, ବିରାଟ କୋହଲି ୭୬, ଶୁଭମାନ ଗିଲ ରନ୍ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.